34.1 C
Bhubaneswar
Thursday, April 25, 2024
Homeଓଡିଶାଗୁହାଳରେ ଅଗ୍ନିକାଣ୍ଡ

ଗୁହାଳରେ ଅଗ୍ନିକାଣ୍ଡ

ବ୍ରହ୍ମପୁର: ବ୍ରହ୍ମପୁରରେ ଏକ ଭୟାବହ ଅଗ୍ନିକାଣ୍ଡ ହୋଇଥିବା ସୂୂଚନା ମିଳିଛି । ଜଗନ୍ନାଥ ପ୍ରସାଦ ବ୍ଲକ ଗୁଣ୍ଡୁରିବାଡି ଗ୍ରାମରେ ଏହି ଅଘଟଣ ଘଟିଥିବା ଜଣାପଡିଛି । ଲକ୍ଷ୍ମଣ ଜେନା ନାମକ ଜଣେ ବ୍ୟକ୍ତିଙ୍କ ଗୁହାଳ ସଂପୂର୍ଣ୍ଣ ପୋଡି ପାଉଁଶ ହୋଇଯାଇଛି । ଏଥିରେ ଥିବା ହଳେ ବଳଦ ଓ ୪ ଛେଳି ଅର୍ଦ୍ଧଦଗ୍ଧ ହୋଇଛନ୍ତି । ସେମାନଙ୍କୁ ଗୁରୁତର ଭାବେ ଉଦ୍ଧାର କରାଯାଇଥିବା ବେଳେ ଦୁଇଟି ଛେଳି ନିଖୋଜ ଥିବା ଜଣାପଡିଛି । ଗୁହାଳ ନିକଟରେ ମଶା ଘଉଡାଇବା ପାଇଁ ଧୂଆଁ କରାଯାଉଥିବାବେଳେ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ନିଆଁ ଲିଭାଇବାକୁ ଯାଇ ଗାଁର ଅମର ଜେନା ଓ ଲଡୁ ଖଟେଇ ମଧ୍ୟ ଆହାତ ହୋଇଛନ୍ତି । ଖବର ପାଇ ବେଲଗୁଣ୍ଠା ଅଗ୍ନିଶମ ବିଭାଗ ପହଁଚି ନିଆଁକୁ ଆୟତ କରିଥିବା ଜଣାପଡିଛି ।
https://onakhabar.com/2019/12/20/loot-8/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking