35.1 C
Bhubaneswar
Tuesday, April 23, 2024
Homeବ୍ରେକୀଙ୍ଗଦୁଇଟି ଗୋରୁ ବୋଝେଇ ଟ୍ରକ ଜବତ, ୬ ଅଟକ

ଦୁଇଟି ଗୋରୁ ବୋଝେଇ ଟ୍ରକ ଜବତ, ୬ ଅଟକ

ମୟୁରଭଞ୍ଜ: କରଞ୍ଜିଆ ପୋଲିସ ଦ୍ବାରା ଦୁଇଟି ଗୋରୁ ବୋଝେଇ ଟ୍ରକ ମଣ୍ଡୁଆ ନିକଟରେ ଜବତ୍ । ସବ୍-ଇନ୍ସପେକ୍ଟର ହରେକୃଷ୍ଣ ପଶ୍ଚିମକବାଟ ଓ ଏଏସ୍ଆଇ ଜୟନ୍ତୀ ମଲ୍ଲିକଙ୍କ ସହ କରଞ୍ଜିଆ ପୋଲିସର ଏକଦଳ ଠାକୁରମୁଣ୍ଡା ରାସ୍ତାରେ ମଣ୍ଡୁଆ ନିକଟରେ ରାତି ପେଟ୍ରୋଲିଂ କରୁଥିବା ବେଳେ ଠାକୁରମୁଣ୍ଡା ପଟୁ ଦୁଇଟି ଟ୍ରକରେ ଗୋରୁ ବୋଝେଇ ହୋଇ ଯାଉଥିବା ଦେଖିବାକୁ ପାଇଥିଲେ। ଟ୍ରକ୍ ଗୁଡ଼ିକୁ ଅଟକାଇ ପଚରାଉଚୁରା କରିବାରୁ ଗୋରୁ ଗୁଡ଼ିକୁ ବାଦାମ ପାହାଡ଼ ନେଉଥିବା କହିଥିଲେ। ପରେ ଗୋରୁ ବୋଝେଇ ଟ୍ରକକୁ ଜବତ କରି ଥାନାକୁ ଆଣି ଅଧିକ ତଦନ୍ତଜାରୀ ରଖିଛି କରଞ୍ଜିଆ ପୋଲିସ। ଟ୍ରକ୍ ନମ୍ବର ଡବ୍ଲୁବି -୨୯-A-୬୨୯୬ ରେ ୨୯ଟି ଗୋରୁ ଚାଲାଣ ହେଉଥିବା ବେଳେ ଓଆର-୦୯-L-୧୪୩୧ ଟ୍ରକ୍ ରେ ୫୫ଟି ଗୋରୁ ଚାଲାଣ ହେଉଥିବା ପୋଲିସ ସୂତ୍ରରୁ ଜଣାପଡ଼ିଛି। ଯାହା ସମ୍ପୁର୍ଣ୍ଣ ବେଆଇନ। ଏହି ଗୋରୁ ଗୁଡ଼ିକୁ ଭଦ୍ରକ ଓ ଯାଜପୁରରୁ ବାଦାମପାହାଡ଼ ନିଆଯାଉଥିବା ଉଭୟ ଟ୍ରକର ଡ୍ରାଇଭର ସ୍ୱୀକାର କରିଛନ୍ତି। ତେବେ ଗୋ ଚାଲାଣ ରାକେଟ ଦିନକୁଦିନ ଅଧିକ ସକ୍ରିୟ ହୋଇ ପଡ଼ୁଥିବା ଭଳି ଘଟଣା କରଞ୍ଜିଆ ପୋଲିସ ପାଇଁ ଏବେ ମୁଣ୍ଡବ୍ୟଥାର କାରଣ ପାଲଟିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking