38.1 C
Bhubaneswar
Saturday, April 20, 2024
Homeବ୍ରେକୀଙ୍ଗବଜ୍ରପାତରେ ୧୨ ଗୋରୁ ମୃତ

ବଜ୍ରପାତରେ ୧୨ ଗୋରୁ ମୃତ

କେନ୍ଦୁଝର :ସଦର ବ୍ଲକ ଅନ୍ତର୍ଗତ ଗୁହାଳଚଟୁଆ ଗ୍ରାମରେ ଘଟିଛି ଅଘଟଣ । ଉକ୍ତ ଗ୍ରାମର ୧୨ଟି ଗୋରୁ ବଜ୍ରାଘାତ ରେ ମୃତ୍ୟୁ ମୁଖରେ ପଡିଛନ୍ତି। ଆଜି ଅପରାହ୍ନ ରୁ କେନ୍ଦୁଝର ସହରରେ ଘଡଘଡି ସାଙ୍ଗକୁ ବର୍ଷା ଲାଗିରହିଛି । ଉକ୍ତ ଗ୍ରାମର ଗୋରୁ ଗୁଡିକ ଚରିବାକୁ ଯାଇଥିବା ବେଳେ ବର୍ଷା ଯୋଗୁଁ ଏକ ବଡ଼ ଗଛ ତଳେ ଆଶ୍ରୟ ନେଇଥିଲେ । ଏହି ସମୟରେ ବଜ୍ରାଘାତ ରେ ଗଛତଳେ ଥିବା ୧୨ ଟି ଗୋରୁ ମୃତୁ ମୁଖରେ ପଡିଥିବା ଜଣାପଡିଛି । ଏତେ ସଂଖ୍ୟକ ଗୋରୁ ମରି ଥିବା ଖବର ପାଇ ଚାଷୀଙ୍କ ମନରେ ଦୁଃଖର ଛାୟା ଖେଳି ଯାଇଛି । ଗୋରୁ ଙ୍କ ମୃତ୍ୟୁକୁ ନେଇ ତଦନ୍ତ କରି ତୁରନ୍ତ କ୍ଷତି ପୁରଣ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking