34.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗଆରବର୍ଷ ଆରମ୍ଭରେ ଟିକା ମିଳିବା ଆଶା: ହର୍ଷବର୍ଦ୍ଧନ

ଆରବର୍ଷ ଆରମ୍ଭରେ ଟିକା ମିଳିବା ଆଶା: ହର୍ଷବର୍ଦ୍ଧନ

ନୂଆଦିଲ୍ଲୀ: ଏବେ ଦେଶକୁ ମହାମାରୀ କରୋନା ଆସ୍ତବ୍ୟସ୍ତ କରୁଥିବା ବେଳେ ୨୦୨୧ ଆରମ୍ଭରେ ଭାରତରେ ଟିକା ମିଳିବା ସମ୍ଭାବନା ରହିଛି । ଏନେଇ ଆଜି ରାଜ୍ୟସଭାରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନ ସୂଚନା ପ୍ରଦାନ କରିଛନ୍ତି । ଟିକା ମିଳିବା ନେଇ ଏକ ସୁବିସ୍ତୃତ ଯୋଜନା କରାଯାଇଛି ବୋଲି ସେ କହିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ତତ୍ତ୍ୱାବଧାନରେ ଏକ ଏକ୍ସପୋର୍ଟ କମିଟି ଟିକା କଥା ବୁଝୁଛି । ଆଶା କରାଯାଉଛି, ୨୦୨୧ ପ୍ରାରମ୍ଭରେ କରୋନା ଟିକା ମିଳିବ ।
ସୂଚନାଯୋଗ୍ୟ , ଦେଶରେ କୋରୋନା ମୃତ୍ୟୁ ସଂଖ୍ୟା ୮୩ ହଜାର ୧୯୮କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୧୩୨ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ୯୭ ହଜାର ୮୯୪ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ସେହିପରି ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୫୦ ଲକ୍ଷ ୧୮ ହଜାର ୨୫୩ କୁ ବୃଦ୍ଧି ପାଇଛି ।ଅନ୍ୟପଟେ ଦେଶରେ ୧୦,୦୯,୯୭୬ ଜଣ ଚିକିତ୍ସିତ ହେଉଥିବା ବେଳେ ୪୦,୨୫,୦୮୯ ଜଣ ସୁସ୍ଥ ହୋଇସାରିଛନ୍ତି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।ସୂଚନା ଅନୁଯାୟୀ , ମହାରାଷ୍ଟ୍ରରୁ ସର୍ବାଧିକ ୨୯୭୫୦୬ଟି କରୋନା ପଜିଟିଭ କେସ୍ ସାମ୍ନାକୁ ଆସିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking