34.1 C
Bhubaneswar
Friday, March 29, 2024
Homeଓଡିଶାକନେଷ୍ଟବଲଙ୍କୁ କରୋନା

କନେଷ୍ଟବଲଙ୍କୁ କରୋନା

ଭୁବନେଶ୍ୱର: ରାଜ୍ୟରେ ବଢି ଚାଲିଛି କରୋନା ରୋଗୀଙ୍କ ସଂଖ୍ୟା । ଦିନକୁ ଦିନ କରୋନା ତାର କାୟା ମେଲାଇବାରେ ଲାଗିଛି । କାହାକୁ ବି ଛାଡୁନି । କୁନି ପିଲାଠାରୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ ସମସ୍ତଙ୍କୁ ନିଜ ଜାଲରେ ପକାଉଛି । ଏହି ପରିପ୍ରେକ୍ଷୀରେ ମାଲକାନଗିରିରେ ଜଣେ କନେଷ୍ଟବଳ କରୋନା ସଂକ୍ରମିତ ହୋଇଥିବା ସୂଚନା ମିଳିଛି । ଏନେଇ ଆଜି ସୂଚନା ପ୍ରଦାନ କରିଛନ୍ତି ମାଲକାନଗିରି ଏସପି । ମିଳିଥିବା ସୂଚନା ଅନୁସାରେ, ହାବିଲଦାର ଜଣଙ୍କ ମୋଟୁ ବର୍ଡର ଚେକ୍ ପୋଷ୍ଟରେ କାର୍ଯ୍ୟ କରୁଥିଲେ। ସେ କରୋନାରେ ପଜିଟିଭ ଥିବା ଜଣାପଡିବା ପରେ ମୋଟୁ ଥାନାର ଆଇଆଇସିଙ୍କ ସମେତ ସମସ୍ତ ଷ୍ଟାପଙ୍କୁ କ୍ୱାରେଣ୍ଟିନ୍ ସେଣ୍ଟରରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହିତ ମୋଟୁ ଥାନା ପରିସରକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି । ହାବିଲଦାରଙ୍କ କଣ୍ଟାକ୍ଟ ଟ୍ରେସିଙ୍ଗ୍ କରାଯାଉଛି ବୋଲି ଏସପି କହିଛନ୍ତି।
https://onakhabar.com/2020/06/12/panchayati-raj-departmentodisha/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking