30.1 C
Bhubaneswar
Wednesday, April 24, 2024
Homeଦେଶ ବିଦେଶ୨ରୁ ୧୮ ବର୍ଷ ପିଲାଙ୍କୁ ନଭେମ୍ବରରୁ ମିଳିବ କୋଭିଡ୍ ଟିକା

୨ରୁ ୧୮ ବର୍ଷ ପିଲାଙ୍କୁ ନଭେମ୍ବରରୁ ମିଳିବ କୋଭିଡ୍ ଟିକା

ନୂଆଦିଲ୍ଲୀ: ୨ରୁ ୧୮ ବର୍ଷ ମଧ୍ୟରେ ଥିବା ପିଲାମାନଙ୍କୁ ନଭେମ୍ବର ମାସରୁ କୋଭିଡ୍ ଟିକା ପ୍ରଦାନ କରାଯିବ । ୨ରୁ ୧୮ ବର୍ଷ ବୟସ ମଧ୍ୟରେ ପିଲାମାନଙ୍କ ପାଇଁ କୋଭିଡ୍ ଟିକା କୋଭାକ୍ସିନ୍‌କୁ ସରକାର ବୁଧବାର ଆନୁଷ୍ଠାନିକ ଭାବେ ଅନୁମୋଦନ ପ୍ରଦାନ କରିଥିଲେ । ଆସନ୍ତା ନଭେମ୍ବର ଦ୍ୱିତୀୟ ସପ୍ତାହରୁ ଆରମ୍ଭ ହେବାକୁ ଥିବା ଏହି ଶିଶୁ ଟିକାକରଣ କାର୍ଯ୍ୟକ୍ରମରେ ଗୁରୁତର ରୋଗରେ ପୀଡ଼ିତ ଥିବା ଓ ଇମ୍ୟୁନିଟି ଦୁର୍ବଳ ଥିବା ଶିଶୁମାନଙ୍କୁ ପ୍ରାଥମିକତା ପ୍ରଦାନ କରାଯିବ ବୋଲି ଜାଣିବାକୁ ମିଳିଛି । ଟିକାକରଣରେ ପିଲାମାନଙ୍କୁ ଦୁଇ-ଡୋଜ୍ କୋଭାକ୍ସିନ୍ ଦିଆଯିବ ଏବଂ ପ୍ରଥମ ଏବଂ ଦ୍ୱିତୀୟ ଡୋଜ ମଧ୍ୟରେ ୨୮ ଦିନର ବ୍ୟବଧାନ ରହିବ । ଏସମ୍ପର୍କରେ ସୂଚନା ଦେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଜନୈକ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ପିଲାମାନଙ୍କ ପାଇଁ କୋଭିଡ୍‌-୧୯ ଟିକାକରଣ ଡ୍ରାଇଭ୍ ନଭେମ୍ବର ଦ୍ୱିତୀୟାର୍ଦ୍ଧରୁ ଆରମ୍ଭ ହେବାର ସମ୍ଭାବନା ଅଛି । ଦେଶର ଡ୍ରଗ୍ ରେଗୁଲେଟର ଅଧୀନରେ ଥିବା ବିଶେଷଜ୍ଞ କମିଟି ମଙ୍ଗଳବାର ୨ରୁ ୧୮ ବର୍ଷ ବୟସର ପିଲାମାନଙ୍କ ପାଇଁ ଭରତ ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ କୋଭାକ୍ସିନ୍ ଟିକାର ବ୍ୟବହାରକୁ ଅନୁମୋଦନ ଦେଇଛନ୍ତି । ପିଲାମାନଙ୍କ ମଧ୍ୟରେ ଏହି ଟିକାକରଣ ଡ୍ରାଇଭ୍ ପ୍ରଥମେ କ୍ରନିକ୍ କିମ୍ବା ଗୁରୁତର ସ୍ୱାସ୍ଥ୍ୟ ଅବସ୍ଥାରେ ପୀଡିତ ପିଲାମାନଙ୍କୁ ଟିକା ଯୋଗାଇବ । ଏଥିପାଇଁ ରୋଗର ପ୍ରାଥମିକ ତାଲିକା ପ୍ରସ୍ତୁତ ହେବାକୁ ତିନି ସପ୍ତାହ ପର୍ଯ୍ୟନ୍ତ ସମୟ ଲାଗିପାରେ ବୋଲି ସେ ସୂଚନା ଦେଇଛନ୍ତି । ଡ୍ରଗ୍ କଣ୍ଟ୍ରୋଲର ଜେନେରାଲ୍ ଅଫ୍ ଇଣ୍ଡିଆ ଡିସିଜିଆଇ ଦ୍ୱାରା ଏହି ସୁପାରିଶର ଏବେ ଅଧିକ ସମୀକ୍ଷା କରାଯାଉଛି ଏବଂ ଥରେ ଅନୁମୋଦନ ହେବା ପରେ ଆସନ୍ତା ମାସରେ ରୋଲ ଆଉଟ୍ ପ୍ରକ୍ରିୟା ଆରମ୍ଭ ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking