39.1 C
Bhubaneswar
Wednesday, April 24, 2024
Homeକରୋନାକୋଭିଡ୍‌-୧୯ ଭ୍ୟାକ୍ସିନ କାର୍ବେଭାକ୍ସର ଦାମ୍ କମିଲା

କୋଭିଡ୍‌-୧୯ ଭ୍ୟାକ୍ସିନ କାର୍ବେଭାକ୍ସର ଦାମ୍ କମିଲା

ନୂଆଦିଲ୍ଲୀ: ଗତ ଦୁଇବର୍ଷ ଧରି କରୋନା ଭାଇରାସ୍ ସମଗ୍ର ବିଶ୍ୱର ନିଦ ହଜାଇ ଦେଇଛି । ତେବେ ଏହା ମଧ୍ୟରେ କୋଭିଡ ସଂକ୍ରମଣ ହ୍ରାସ ପାଇଥିବା ବେଳେ ଭାରତର କିଛି ସ୍ଥାନରେ ଧୀରେଧୀରେ ସଂକ୍ରମଣ ବଢ଼ୁଥିବା ଦେଖାଯାଇଛି । ତେବେ ଏହି ପରିପ୍ରେକ୍ଷୀରେ କୋଭିଡ-୧୯ ଟିକାକୁ ନେଇ ଏକ ଖୁସି ଖବର ଆସିଛି । କୋଭିଡ୍ ଭ୍ୟାକ୍ସିନ କାର୍ବେଭାକ୍ସର ମୂଲ୍ୟ ହ୍ରାସ କରାଯାଇଛି । ଫର୍ମା କମ୍ପାନୀ ବାୟୋଲୋଜିକାଲ ଇ ଲିମିଟେଡ ପକ୍ଷରୁ କୁହାଯାଇଛି ଯେ, କୋଭିଡ୍‌-୧୯ ଭ୍ୟାକ୍ସିନ କାର୍ବେଭାକ୍ସର ମୂଲ୍ୟ ୮୪୦ ଟଙ୍କାରୁ ହ୍ରାସ କରାଯାଇ ୨୫୦ ଟଙ୍କା କରାଯାଇଛି ।

ଏହି ମୂଲ୍ୟ ସହିତ ଜିଏସଟି ସାମିଲ ରହିଛି । ଉପଭୋକ୍ତାଙ୍କୁ ଟ୍ୟାକ୍ସ ଓ ଟିକା ଲଗାଇବା ଶୁଳ୍କ ସହିତ ପ୍ରତ୍ୟେକ ଡୋଜ ପାଇଁ ୪୦୦ ଟଙ୍କା ଦେବାକୁ ପଡ଼ିବ । ଏହା ପୂର୍ବରୁ ଘରୋଇ ଟିକାକରଣ କେନ୍ଦ୍ରରେ ଏହାର ମୂଲ୍ୟ ୯୯୦ ଟଙ୍କା ରହିଥିଲା । ଚଳିତ ବର୍ଷ ମାର୍ଚ୍ଚ ମାସରେ ଦେଶରେ ୧୨ରୁ ୧୪ ବର୍ଷ ବୟସର ପିଲାଙ୍କ ପାଇଁ କାର୍ବେଭାକ୍ସ ଟିକାର ଟିକାକରଣ ଆରମ୍ଭ କରାଯାଇଥିଲା । ବାୟୋଲୋଜିକାଲ ଇ ଲିମିଟେଡ ଦ୍ୱାରା ୩୦ କୋଟି କାର୍ବେଭାକ୍ସ ଡୋଜ୍ ପ୍ରସ୍ତୁତ କରାଯାଇଛି । ପୂର୍ବରୁ କମ୍ପାନୀ କେନ୍ଦ୍ର ସରକାରଙ୍କୁ ପାଖାପାଖି ୧୦ କୋଟି ଡୋଜ୍ ସପ୍ଲାଇ କରିସାରିଛି । ୧୨ରୁ ୧୪ ବର୍ଷ ଆୟୁବର୍ଗର ପିଲାଙ୍କୁ କାର୍ବେଭାକ୍ସର ୩ କୋଟିରୁ ଅଧିକ ଡୋଜ୍ ଦିଆଯାଇ ସାରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking