27.8 C
Bhubaneswar
Friday, April 19, 2024
Homeକରୋନାପିଲାଙ୍କ ଉପରେ ଟିକାକରଣ ନେଇ ଏମିତି କହିଲା ବାୟୋଏନଟେକ ପିଫାଇଜର

ପିଲାଙ୍କ ଉପରେ ଟିକାକରଣ ନେଇ ଏମିତି କହିଲା ବାୟୋଏନଟେକ ପିଫାଇଜର

ନୂଆଦିଲ୍ଲୀ: ବାୟୋଏନଟେକ ପିଫାଇଜର ତାର କୋଭିଡ୧୯ ଭ୍ୟାକ୍ସିନ ୧୨ରୁ ୧୫ ବର୍ଷର ପିଲାଙ୍କ ଉପରେ ୧୦୦ ପ୍ରତିଶତ ପ୍ରଭାବଶାଳୀ ବୋଲି ଦାବି କରିଛି । କମ୍ପାନୀ ଆସନ୍ତା ସ୍କୁଲ ସେସନ ପୂର୍ବରୁ ପିଲାଙ୍କ ପାଇଁ ଟିକାକରଣକୁ ମଂଜୁରୀ ମିଳିବା ପରେ ଆଶା ପ୍ରକଟ କରିଛି । କମ୍ପାତୀ ତରଫରୁ ବୁଧବାର ଜାରି କରାଯାଇଥିବା ବୟାନରେ କୁହାଯାଇଛି ଯେ, ଫେଜ ୩ ପରୀକ୍ଷଣ ଆମେରିକାରେ ୨୨୬୦ ପିଲାଙ୍କ ଉପରେ କରାଯାଇଥିଲା ଏବଂ ଏହା ଶତପ୍ରତିଶତ ପ୍ରଭାବଶାଳୀ ବୋଲି ପ୍ରମାଣିତ ହେଲା । ଏହା ଶକ୍ତିଶାଳୀ ଆଣ୍ଟିବଡି ସୃଷ୍ଟି କରୁଥିବା ପରିଲକ୍ଷିତ ହୋଇଛି । ସୂଚନାଯୋଗ୍ୟ ଏବେ ଦେଶରେ କରୋନା ମହାମାରୀ ପୁନଶ୍ଚ କଡ ଲେଉଟାଇଛି । ଫଳରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଛି । କରୋନା ସହ ଲଢେଇ କରିବା ପାଇଁ ସେରମ ଇନଷ୍ଟିଚ୍ୟୁଟର କୋଭିସିଲ୍ଡ ଟିକାକୁ ଅନୁମତି ମିଳିଛି । କ୍ରମଶଃ ହ୍ରାସ ପାଉଥିବା କରୋନା ଗ୍ରାଫ ହଠାତ ଉପରମୁହାଁ ହେବାରୁ ଏବେ ଚିନ୍ତା ବଢିଛି । ତୁରନ୍ତ କରୋନାକୁ ନିୟନ୍ତ୍ରଣ କରିବା ପାଇଁ ସରକାର ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରିଛନ୍ତି । ମୁହଁରେ ସର୍ବଦା ମାସ୍କ ପିନ୍ଧିବା ସହ ହାତକୁ ବାରମ୍ବାର ସାନିଟାଇଜ କରିବା ଏବଂ ସାମାଜିକ ଦୂରତା ବଜାୟ ରଖିବାକୁ ସରକାର ପରାମର୍ଶ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking