33.1 C
Bhubaneswar
Thursday, April 25, 2024
Homeଓଡିଶାଆଜିଠୁ ରାଜ୍ୟରେ ପୁଣି କୋଭିଡ ଟିକାକରଣ

ଆଜିଠୁ ରାଜ୍ୟରେ ପୁଣି କୋଭିଡ ଟିକାକରଣ

ଭୁବନେଶ୍ୱର : ଆଜିଠୁ ପୁଣି ରାଜ୍ୟରେ ଆରମ୍ଭ ହେବ କୋଭିଡ ଟିକାକରଣ । ମିଳିବ କୋଭିସିଲଡ୍‌ ଟିକା । ଏଥିପାଇଁ କୋଭିସିଲଡ ଟିକା ୧ ଲକ୍ଷ ଡୋଜ ଆସିଛି । ଏନେଇ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ । ପୁରୁଣା ଗାଇଡ଼ଲାଇନ ଅନୁସାରେ ଟିକାକରଣ ହେବ । ଯେଉଁମାନେ ଦ୍ୱିତୀୟ ବା ବୁଷ୍ଟର ଡୋଜ ନେଇନାହାନ୍ତି ସେମାନଙ୍କୁ ଟିକା ନେବାକୁ ସ୍ୱାସ୍ଥ୍ୟ ବିଭାଗ ପରାମର୍ଶ ଦେଇଛି । ସମ୍ଭାବ୍ୟ ସଂକ୍ରମଣ ବଢ଼ିବା ଆଶା କରାଯାଉଥିବା ବେଳେ ଏବେ ଯେଉଁମାନେ ଦ୍ୱିତୀୟ ଓ ବୁଷ୍ଟର ନେଇ ନାହାନ୍ତି ସେମାନେ ନିଅନ୍ତୁ । ବର୍ତ୍ତମାନ ସୁଦ୍ଧା ମାତ୍ର ୪୦ ପ୍ରତିଶତ ଲୋକ ନେଇଛନ୍ତି ବୁଷ୍ଟର ଡୋଜ। ଯେଉଁମାନେ ୨ୟ ଡୋଜ କିମ୍ବା ବୁଷ୍ଟର ଡୋଜ ନେଇ ନାହାନ୍ତି ସେମାନେ ନେଇ ପାରିବେ। ସରକାରୀ ହସ୍ପିଟାଲ ଗୁଡିକରେ ଦିଆଯିବ ଟିକା । ଉଭୟ ଅନଲାଇନ ଓ ଅଫଲାଇନ ମାଧ୍ୟମରେ ପଞ୍ଜିକରଣ କରି ଟିକା ନେଇ ପାରିବେ। ଭୁବନେଶ୍ବରରେ ପୂର୍ବ ପରି ଯେଉଁ ଯେଉଁ ସେଣ୍ଟର ଗୁଡିକ ମଧ୍ୟ ରହିଥିଲା ସେଠି ମଧ୍ୟ ଟିକା ଦିଆଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking