ଖୋଲୁଛି କୋଭିଡ଼ ଗୁମର

ଭୁବନେଶ୍ୱର : ବିରୋଧୀ ଦଳ ନେତା ତାରା ପ୍ରସାଦ ବାହିନୀପତି ଉମା ସାମନ୍ତରାୟଙ୍କୁ ଧନ୍ୟବାଦ ଦେଇଛନ୍ତି । ସେ କହିଛନ୍ତି, ଉମା ହେଉଛନ୍ତି ସ୍ପଷ୍ଟବାଦୀ ଲୋକ, ସତ କହିବା ଲୋକ, ତେଣୁ ସତ କହିଛନ୍ତି । କିନ୍ତୁ ସରକାର ତାଙ୍କୁ ଛାଡ଼ିବେନି । ତାଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବେ । ଭିତିରିଆ ତାଙ୍କର ଏରିଆ ସଫା କରି ଟିକେଟ କାଟିଦେବେ ।
ତେବେ ଉମା କହିଥିଲେ ଯେ, ବିରୋଧୀ ଯେଉଁ ଅଭିଯୋଗ ଆଣିଛନ୍ତି ତାହା ସମ୍ପୂର୍ଣ୍ଣ ମିଛ ନୁହେଁ । ମୁଁ ଏ କଥାକୁ ସ୍ୱୀକାର କରୁଛି କହିଲେ ବିଧାୟକ ଉମା ସାମନ୍ତରାୟ । ଯେତିକି ବେଡ଼ ଅଛି, ତା ଠରୁ ଅଧିକ ରୋଗୀ ଆସୁଛନ୍ତି । ଯେଉଁ ହାରରେ ରୋଗୀ ବଢୁଛନ୍ତି ଅଧିକ ଆଇସିୟୁ ବେଡ଼୍ ଦରକାର । ଯେତିକି କୋଭିଡ଼ ହସ୍ପିଟାଲ ଅଛି ଯଥେଷ୍ଟ ନୁହେଁ, ବଢାଇବାକୁ ହେବ । ଆଇସିୟୁ ବଢାଇବାକୁ ପଡ଼ିବ, ଏପରି ହେଲେ ରୋଗୀ ଫେରିବେନି । ଯେଉଁମାନଙ୍କୁ କୋଭିଡ଼୍ ହୋଇନି ମେଡ଼ିକାଲ ଗଲେ ଚିକିତ୍ସା ମିଳୁନି । ବିଧାନସଭାରେ ମୁଖ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବୁ । ଓଏସ୍ ଟି ଏଫ ଓ ବିଏସକେୱାଇ କାର୍ଡରେ ବହୁତ ତାରତମ୍ୟ ରହିଛି, ସେଗୁଡ଼ିକୁ ସମାନ କରାଯିବା ଆବଶ୍ୟକ । ପ୍ରମୁଖ ଘରୋଇ ମେଡ଼ିକାଲ ବିଏସକେୱାଇ କାର୍ଡ ଗ୍ରହଣ କରୁନାହାନ୍ତି । କାରଣ ରାଜ୍ୟ ସରକାର ସେହି ମେଡିକାଲ ସହ ଏମଓୟୁ କରିନାହାନ୍ତି ।

ଏଥିସହ ରାଜ୍ୟରେ କୋଭିଡ଼ ପରିଚାଳନାକୁ ନେଇ ବିଧାୟକ ଜୟ ନାରାୟଣ ବର୍ଷିଛନ୍ତି । କୋଭିଡ଼ ଦୁର୍ନୀତି ଏ ଶତାଦ୍ଦୀର ସବୁଠୁ ବଡ଼ ଦୁର୍ନୀତି ଅଟେ । କୋଭିଡ଼ ସେଣ୍ଟରରେ ଖାଇବାକୁ କି ପିଇବାକୁ ଗରମ ପାଣି ମିଳୁନି । ଲୋକେ ସେବା ପାଉ ନାହାନ୍ତି । ଘରୋଇ ମେଡିକାଲ ଲୁଟୁଛନ୍ତି । ଗୋଟିଏ ଦିନରେ ୫୦ ହଜାର ଟଙ୍କା ବିଲ୍ କିଏ ଦେଇପାରିବ । ସରକାର ଏବେ ମୃତ୍ୟୁ ସଂଖ୍ୟା ଲୁଚାଇବାକୁ ଚେଷ୍ଟା କରୁଛନ୍ତି । ସରକାର ଏବେ ଜାଣି ଶୁଣି ତ୍ରୁଟି କରୁଛନ୍ତି । ଏବେ ସରକାରଙ୍କର ଫାଇଭ ଟି କୁଆଡ଼େ ଗଲା?

LEAVE A REPLY

Please enter your comment!
Please enter your name here