28.1 C
Bhubaneswar
Friday, March 29, 2024
Homeଓଡିଶାକରୋନା ନିୟମ ଉଲ୍ଲଂଘନ,ବଢ଼ୁଛି ସଂକ୍ରମଣ : ଏପରି ଆମ ଲୋକଙ୍କ ସାମାଜିକ ଦୂରତା

କରୋନା ନିୟମ ଉଲ୍ଲଂଘନ,ବଢ଼ୁଛି ସଂକ୍ରମଣ : ଏପରି ଆମ ଲୋକଙ୍କ ସାମାଜିକ ଦୂରତା

ମୁନିଗୁଡା : କେନ୍ଦ୍ର ଓ ରାଜ୍ୟ ସରକାର ଜୀବନର ମୂଲ୍ୟକୁ ପ୍ରାଧାନ୍ୟ ଦେଇ କରୋନା ସଂକ୍ରମଣ ରୋକିବାକୁ ପ୍ରୟାସ କରୁଥିବା ବେଳେ କିଛି ଜନସାଧାରଣ ସଚେତନତାକୁ ଗୁରୁତ୍ୱ ନଦେଇ ସର୍ବ ସାଧାରଣ ସ୍ଥାନରେ ଅଯଥା ଭିଡ଼ ସୃଷ୍ଟି କରୁଛନ୍ତି । ସୁବୁ ଦେଖି ନଦେଖିବା ଭଳି ପ୍ରଶାସନିକ ଅଧିକାରୀମାନଙ୍କ ଭୂମିକା ଆଜି ଅନେକଙ୍କୁ ଚକିତ ଓ ବ୍ୟଥିତ କରୁଛି । ହୁଏତ ସେମାନେ ଏଇ ଅମାନିଆଙ୍କୁ କହିକହି ଥକି ଗଲେଣି ଅବା ସେମାନଙ୍କ କଥାକୁ ଏମାନେ ଅଣଦେଖା କରି ଚାଲିଛନ୍ତି । ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି ମୁନିଗୁଡା ବ୍ଲକର ସୀମାନ୍ତି ଅମ୍ଳାଭଟା ଅଞ୍ଚଳ । ଏଠି ଅମାନିଆଙ୍କର ଯେପରି ଶାସନ ଚାଲିଥିବା ଭଳି ଲାଗୁଛି, ଲଗାମ ଦେବାକୁ ପ୍ରଶାସନର ସବୁ ଉଦ୍ୟମ ବ୍ୟର୍ଥ, କେହି କଥା ଶୁଣୁ ନାହାନ୍ତି । କରୋନା କଟକଣା ସତ୍ତ୍ୱେ ଏଠି ସ୍ୱାଭାବିକ ଭାବେ ଜୀବନ ପ୍ରତିକୂଳ ପରିସ୍ଥିତି ଦେଇ ଗତି କରୁଛି । ଯାହାଦ୍ୱାରା ସଂକ୍ରମଣ ବଢୁଛି ବୋଲି ବୁଦ୍ଧିଜୀବୀମାନେ ପ୍ରକାଶ କରିଛନ୍ତି । ଅମ୍ଳାଭଟା ବଜାରରେ ଲୁଗା ଦୋକାନ, ରାସନ ଦୋକାନ ଠାରୁ ଆରମ୍ଭ କରି ପରିବା ମାର୍କେଟ, ଏଟିଏମ୍ ସେଣ୍ଟରରେ ଅସମ୍ଭବ ଭିଡ଼ ଦେଖିବାକୁ ମିଳୁଛି । ସେହିପରି କରୋନା କଟକଣାକୁ ଫୁ\’ କରି ପଞ୍ଚାୟତରେ ପିଡିଏସ୍ ଚାଉଳ ଓ ଲ୍ୟାମ୍ପରେ ସାର ବଣ୍ଟନ କରାଯାଉଥିବା ଦେଖିବାକୁ ମିଳୁଛି । ଏଭଳି କାର୍ଯ୍ୟକଳାପ ଯୋଗୁ ଆଗାମୀ ଦିନରେ ଉକ୍ତ ଅଞ୍ଚଳରେ କରୋନା ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇବାସହ ଗୋଷ୍ଠୀ ସଂକ୍ରମଣକୁ ଏଡାଇ ଦିଆଯାଇ ନପାରେ । ଗଲା ପାଞ୍ଚ ଦିନର ରେକର୍ଡ କହୁଛି ମୁନିଗୁଡ଼ାରେ ୫୧ଜଣ କରୋନା ପଜିଟିଭ ଚିହ୍ନଟ ହୋଇ ଚିକିତ୍ସିତ ହେଉଛନ୍ତିି । ଯଦି ସାମୁହିକ ସ୍ୱାବ ଟେଷ୍ଟ ହୁଅନ୍ତା ତେବେ ଘରେଘରେ କରୋନା ରୋଗୀ ବାହାରନ୍ତେ । ପ୍ରଶାସନ ପକ୍ଷରୁ ପ୍ରତି ପଞ୍ଚାୟତରେ ସ୍ୱାବ ପରୀକ୍ଷା କରିବାକୁ ଉଦ୍ୟମ ଆରମ୍ଭ ହେଲାଣି । ଏହାର ଫଳାଫଳ ନିଶ୍ଚୟ ଉଦ୍‌ବେକ ଜନକ ହେବ ବୋଲି ସାମାଜିକ କର୍ମୀ ରଞ୍ଜନ ସ୍ୱାଇଁ ଦୁଃଖର ସହ କହିଛନ୍ତି । ଯେଉଁ ମାନଙ୍କର କରୋନା ପଜିଟିଭ ଚିହ୍ନଟ ହେଉଛି ସେମାନଙ୍କୁ ହୋମ ଆଇସୋଲେସନରେ ରହିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ଉପଦେଶ ଦେଉଥିଲେ ସୁଦ୍ଧା କେତେକ ଅମାନିଆ କୋଭିଡ ନିୟମକୁ ଖାତିରି ନକରି ନିୟମିତ ବଜାର ଯାଇ ପନିପରିବା କିଣିବା ସହ ବୁଲାବୁଲି କରୁଥିବା ଅଭିଯୋଗ ହେଉଛି । ସେହିପରି ସରକାର ବର୍ତ୍ତମାନ ରାଜ୍ୟ ବାହାରୁ ଆସୁଥିବା ଲୋକମାନଙ୍କୁ ହୋମ ଆଇସୋଲେସନ ରହିବା ପାଇଁ ନିୟମ କରିଥିବା ବେଳେ ଏଠି ଏହି ନିୟମ ଅବା କଟକଣାକୁ କେତେକ ଅମାନିଆ ଆଦୌ ମାନୁ ନାହାନ୍ତି । ବାହାର ରାଜ୍ୟରୁ ଏହି ଅଞ୍ଚଳକୁ ବର୍ତ୍ତମାନ ମଧ୍ୟ ଯିବା ଆସିବା ଲୁଚାଛୁପାରେ ଚାଲୁ ରହିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking