31.1 C
Bhubaneswar
Friday, March 29, 2024
Homeଓଡିଶାମାସ୍କ ନପିନ୍ଧିଲେ ଦୁଇ ଗୁଣା ଜରିମାନା: ମୁଖ୍ୟମନ୍ତ୍ରୀ

ମାସ୍କ ନପିନ୍ଧିଲେ ଦୁଇ ଗୁଣା ଜରିମାନା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କରୋନା ନେଇ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବୋଧନ କରିଛନ୍ତି । ସେ କହିଛନ୍ତି, ‘ମାନବ ଇତିହାସରେ ଏଭଳି ସଂକଟ କେବେ ବି ଆସିନଥିଲା । ସମସ୍ତଙ୍କ ସହଯୋଗରୁ ଆମେ ଅନେକ ଜୀବନ ରକ୍ଷା କରିଛେ । ଆମ ରାଜ୍ୟରେ ମୃତ୍ୟୁ ସଂଖ୍ୟା ଅନ୍ୟ ରାଜ୍ୟ ତୁଳନାରେ କମ୍ ଥିଲା । ଆମକୁ କଠୋର ପଦକ୍ଷେପ ନେବାକୁ ପଡିଥିଲା । ବାରମ୍ବାର ଲକ ଡାଉନ, ସଟ ଡାଉନ କରିବାକୁ ପଡିଥିଲା । ଏବେ କୋଭିଡର ଦ୍ୱିତୀୟ ଲହର ଆରମ୍ଭ ହୋଇଛି । ଶୀଘ୍ର ଏହା ବ୍ୟାପୁଛି । ବିଭିନ୍ନ ରାଜ୍ୟରେ ଲକଡାଉନ, ନାଇଟ କର୍ଫ୍ୟୁ ଆରମ୍ଭ ହେଲାଣି । ଆମେ କୋଭିଡ ନିୟମ ମାନିଲେ କରୋନା ସଂକ୍ରମଣ ରୋକିପାରିବା । ଏଥିପାଇଁ ଆଜିଠାରୁ ୧୪ ଦିନ ଯାଏଁ ମାସ୍କ ଅଭିଯାନ ଆରମ୍ଭ କରିବା । ଆଜିଠାରୁ ସଂକଳ୍ପ ନେଇ ଆମେ ସମସ୍ତେ ମାସ୍କ ପିନ୍ଧିବା । ସଠିକ ଭାବରେ ମାସ୍କ ପିନ୍ଧିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ବେକରେ ଝୁଲାଇ ନୁହେଁ, ଠିକ ଭାବେ ନାକକୁ ଘୋଡାଇ ମାସ୍କ ପିନ୍ଧିବା ଦରକାର । ବିନା ମାସ୍କରେ କେବେ ବି ଘରୁ ବାହାରିବା ନାହିଁ । ମା’ ମାନଙ୍କୁ ଅନୁରୋଧ ପରିବାର ଲୋକେ ବାହାରକୁ ଗଲେ ମାସ୍କ ପିନ୍ଧାନ୍ତୁ । ମା ମାନେ ସତର୍କ ହେଲେ କେବେ ବି କରୋନା ଘରକୁ ଆସିପାରିବନି । ସରକାର ବାହାରେ ଜଗିଛନ୍ତି, ମା ମାନେ ଘରେ ଜଗନ୍ତୁ । କିଛି ଅମାନିଆଙ୍କ ପାଇଁ କାହିଁକି ସାରା ସମାଜ କଠିନ ପରିସ୍ଥିତିରେ ପଡିବ । ମାସ୍କ ପିନ୍ଧିନଥିବା ଲୋକଙ୍କ ଠାରୁ ନିଶ୍ଚୟ ଜରିମାନା ଆଦାୟ ହେବ । ମାସ୍କ ନପିନ୍ଧିଲେ ଏବେ ଦୁଇ ଗୁଣଆ ଜରିମାନା ପାଇଁ ନିଷ୍ପତ୍ତି ହୋଇଛି । ମାସ୍କ ହିଁ ଆମ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସୁରକ୍ଷା କବଚ । ଯେଉଁମାନେ ଟିକା ନେଇନାହାନ୍ତି ସେମାନେ ନିଶ୍ଚୟ ମାସ୍କ ପିନ୍ଧନ୍ତୁ’ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking