ପହଞ୍ଚିଲା ଜୀବନ ରକ୍ଷାକାରୀ ମନକ୍ଲୋନାଲ ଆଣ୍ଟିବଡି କକଟେଲ୍ ମେଡିସିନ

ମାଲକାନଗିରି : ସମ୍ପ୍ରତି କରୋନା ମହାମାରୀକୁ ନେଇ ସାରା ବିଶ୍ୱ ଆତଙ୍କିତ ହୋଇଥିବା ବେଳେ ଏହାକୁ ରୋକିବାକୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି । ଏଭଳି ସ୍ଥିତିରେ ରାଜ୍ୟର ଭୂବନେଶ୍ୱର ପରେ ମାଲକାନଗିରି ଜିଲ୍ଲାକୁ ପହଁଚିଛି ଜୀବନ ରକ୍ଷାକାରୀ ମନକ୍ଳୋନାଲ ଆଣ୍ଟିବଡି କକଟେଲ ଓøଷଧ । ଗବେଷଣା ଓ ପରୀକ୍ଷାରୁ ଏହି ଓøଷଧର ଉପାଦେୟତା ରହିଥିବା ମାଲକାନଗିରି ଜିଲ୍ଲା କୋଭିଡ୍ କ୍ଷେତ୍ରୀୟ ଅଧିକାରୀ କୃଷ୍ଣଚନ୍ଦ୍ର ମହାପାତ୍ର ପ୍ରକାଶ କରିଛନ୍ତି । ବିଶେଷ କରି ମଧୁମେହ , ଉଚ୍ଚ ରକ୍ତଚାପ ଓ ଅନ୍ୟାନ୍ୟ ପାଶ୍ୱର୍ ରୋଗ ଥିବା ବ୍ୟକ୍ତି ଯଦି କରୋନାରେ ଆକ୍ରାନ୍ତ ହୁଅନ୍ତି ତା’ ହେଲେ ସେହି ରୋଗୀଙ୍କ ପାଇଁ ଏହି ଔଷଧ ପ୍ରଭାବ ପକାଇବା ସହ ଜଟିଳ ରୋଗୀଙ୍କୁ ମୃତ୍ୟୁ ମୁଖରୁ ରକ୍ଷା କରିବାରେ ସହାୟତା କରିବ ବୋଲି ଗବେଷକମାନେ ମତ ଦେଇଛନ୍ତି । ମାଲକାନଗିର ଭଳି ଉପାନ୍ତ ଓ ଦୁର୍ଗମ ଅଞ୍ଚଳରେ ସ୍ୱାସ୍ଥ୍ୟସେବା ଅପହଞ୍ଚ ହୋଇଥିବା ବେଳେ ରାଜ୍ୟ ସରକାର ଏହାର ଗୁରୁତ୍ୱକୁ ଉପଲବ୍ଧି କରି ସ୍ୱାସ୍ଥ୍ୟ ବିଭାଗ ପ୍ରଥମ ପର୍ଯ୍ୟାୟରେ ଏହି ମହୋଷଧିକୁ ମାଲକାନଗିରିକୁ ପଠାଇଛନ୍ତି । କୋଭିଡ୍ ପରିଚାଳନା ଓ ଚିକିତ୍ସା କ୍ଷେତ୍ରରେ ମାଲକାନଗିରି ଜିଲ୍ଲା ଅଗ୍ରଣୀ ଭୂମିକା ଗ୍ରହଣ କରିଥିବା ବେଳେ ମିଳିତ ଜାତିସଂଘ ବିକାଶ କାର୍ଯ୍ୟକ୍ରମ ମଧ୍ୟ କୋଭିଡ ପରିଚଳାନା ନେଇ ମାଲକାନଗିରି ଜିଲ୍ଲାକୁ ପ୍ରଶଂସା କରିଛି । ତେବେ କୋଭିଡ୍ ଚିକିତ୍ସାଳୟକୁ ଅତ୍ୟାଧୁନିକ କରିବା ପାଇଁ ପ୍ରୋତ୍ସାହନ ପ୍ରଦାନ କରାଯାଇ ପ୍ରଥମ ପର୍ଯ୍ୟାୟର ଏହି ଓøଷଧ ଦେବା ସହ ଆଉ ୨୦ ଟି ଭେଣ୍ଟିଲେଟର ଶଯ୍ୟା ପ୍ରଦାନ କରାଯାଇଛି । ପ୍ରାୟ ୧୦ ଜଣ ଡାକ୍ତରଙ୍କୁ ଏଠାରେ ନିଯୁକ୍ତି ଦିଆଯାଇଥିବା ବେଳେ ଆଗାମୀ ଦିନରେ ଏଠାରେ ଏକମୋ ଚିକିତ୍ସା ନିମନ୍ତେ ମଧ୍ୟ ବ୍ୟବସ୍ଥା କରାଯାଉଛି ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରତିଶ୍ରୁତି ମିଳିଥିବା ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here