34.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗଦୁଇ କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ଲଞ୍ଚ୍ ହେଲା ‘କୋରୋନିଲ୍‌’

ଦୁଇ କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ଲଞ୍ଚ୍ ହେଲା ‘କୋରୋନିଲ୍‌’

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ ସମଗ୍ର ବିଶ୍ୱକୁ ଗ୍ରାସ କରି ରଖିଛି । ଗତବର୍ଷ ପତଂଜଳୀ ‘କୋରୋନିଲ’କୁ କୋଭିଡ ମେଡିସିନ ଭାବରେ ଲଂଚ କରିଥିଲା । କରୋନା ସଂକ୍ରମଣରୁ ଏହା ରକ୍ଷା କରିବ ବୋଲି କୁହାଯାଉଥିଲା । ଏହାକୁ ନେଇ ବିବାଦ ମଧ୍ୟ ଉପୁଜି ଥିଲା । ଏହାରି ଭିତରେ ପତଂଜଳୀ ଯୋଗପିଠ ର ବାବା ରାମଦେବ କୋଭିଡ ୧୯ ପାଇଁ ମେଡିସିନ ପୁଣି ଲଂଚ କରିଛନ୍ତି । ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀରେ ରାମଦେବଙ୍କ ସହିତ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ ଓ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଉପସ୍ଥିତ ରହିଥିଲେ । ରାମଦେବ କହିଛନ୍ତି ଯେ, ପତଂଜଳୀ ରିସର୍ଚ୍ଚ ଇନଷ୍ଟିଚ୍ୟୁଟର ଏହି ମେଡିସିନ ‘ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ’ ଦ୍ୱାରା ଅନୁମତିପ୍ରାପ୍ତ । କୁହାଯାଉଛି ଯେ, ‘ହୁ’ ଏହାକୁ ଜିଏମପି ଅର୍ଥାତ ‘ଗୁଡ୍ ମ୍ୟାନୁଫାକଚରିଙ୍ଗ ପ୍ରାକ୍ଟିସ’ ର ସାର୍ଟିଫିକେଟ ମିଳିଛି । ଏହି ମେଡିସିନ ‘ଏଭିଡେନ୍ସ ବେସଡ’ ବୋଲି ରାମଦେବ କହିଛନ୍ତି । ଏହି ଅବସରରେ ରାମଦେବ ରିସର୍ଚ୍ଚ ବୁକ୍ ବି ଲଂଚ କରିଛନ୍ତି । ଗତବର୍ଷ ଜୁନ ମାସରେ ପତଂଜଳୀ ‘କରୋନା କିଟ୍‌’ ଲଂଚ ହୋଇଥିଲା । ଯାହାକୁ ନେଇ ବିବାଦ ତେଜିଥିଲା । ଆୟୁଷ ମନ୍ତ୍ରାଳୟ କହିଥିଲା ଯେ, ପତଂଜଳୀ ‘କୋରୋନିଲ’କୁ କେବଳ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢାଇବା ପାଇଁ ବିକ୍ରି କରାଯାଇପାରିବ । ରାମଦେବ ସେତେବେଳେ ‘କୋରୋନିଲ’କୁ କୋଭିଡ ୧୯ ମେଡିସିନ ରୂପରେ ଲଂଚ କରିଥିଲେ । ହେଲେ ବିବାଦ ପରେ ସେ ତାକୁ ରୋଗର ପ୍ରଭାବ କମ କରିବ ବୋଲି କହିବାକୁ ଲାଗିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking