37.1 C
Bhubaneswar
Thursday, March 28, 2024
Homeଓଡିଶାବିଏମସିର ବଡ଼ ନିଷ୍ପତ୍ତି : ହୋଟେଲ୍‌ରେ ହେବ କରୋନା ଚିକିତ୍ସା

ବିଏମସିର ବଡ଼ ନିଷ୍ପତ୍ତି : ହୋଟେଲ୍‌ରେ ହେବ କରୋନା ଚିକିତ୍ସା

ଭୁବନେଶ୍ୱର : ଗୁରୁତର ନଥିବା କରୋନା ଆକ୍ରାନ୍ତଙ୍କୁ ହୋଟେଲରେ ଚିକିତ୍ସା କରାଇବା ଲାଗି ଭୁବନେଶ୍ୱର ମହାନଗର ନିଗମ (ବିଏମସି)ର ପଦକ୍ଷେପ ନେଇଛି। ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ସାଙ୍ଗକୁ ହସ୍ପିଟାଲଗୁଡ଼ିକରେ ବେଡ୍, ଭେଣ୍ଟିଲେଟର ଓ ଆଇସିୟୁର ଅଭାବ ଦେଖାଦେଉଛି। ଏଭଳି ପରିସ୍ଥିତିରେ ହୋଟେଲ ଗୁଡ଼ିକରେ ଅସ୍ଥାୟୀ କୋଭିଡ୍-୧୯ ହସ୍ପିଟାଲ କରିବା ଲାଗି ବିଏମସି ପଦକ୍ଷେପ ନେଇଛି।

ବିଏମସି ପକ୍ଷରୁ ଏଥିଲାଗି ସହରର ବିଭିନ୍ନ ହୋଟେଲର ମାଲିକ, ହୋଟେଲ ସଂଘର ପ୍ରତିନିଧି ଓ ରେଷ୍ଟୁରାଣ୍ଟ ସଂଘର ପ୍ରତିନିଧିଙ୍କ ସହ ଆଲୋଚନା କରାଯାଇଛି। ଭିଡିଓ କନଫରେନ୍ସିଂରେ ହୋଇଥିବା ଆଲୋଚନାରେ ବିଏମସି କମିଶନର ସଂଜୟ ସିଂହ ଉପସ୍ଥିତ ରହିଥିଲେ। ହୋଟେଲଗୁଡ଼ିକରେ ଅକ୍ସିଜେନ୍ ସୁବିଧା ଥାଇ ଆଇସୋଲେସନ ଓ୍ୱାର୍ଡ ପ୍ରସ୍ତୁତ କରିବା ଲାଗି ଏଥିରେ ଆଲୋଚନା ହୋଇଛି। ବିଏମସିର ପଦକ୍ଷେପକୁ ହୋଟେଲ ସଂଘ ପ୍ରଶଂସା କରିଛି। ଏହାସହ ଘରୋଇ ହସ୍ପିଟାଲଗୁଡ଼ିକ ସହ ହୋଟେଲଗୁଡ଼ିକୁ ଯୋଡ଼ିଲେ ଆହୁରି ଭଲ ହେବ ବୋଲି ହୋଟେଲ ସଂଘ କହିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking