26.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗଭିଏମସାରରେ ହେବ କୋଭିଡ ହସ୍ପିଟାଲ

ଭିଏମସାରରେ ହେବ କୋଭିଡ ହସ୍ପିଟାଲ

ଭୁବନେଶ୍ୱର : ସମ୍ବଲପୁରର ବୁର୍ଲା ମେଡିକାଲରେ କାର୍ଯ୍ୟକ୍ଷମ ହେବ କୋଭିଡ ହସ୍ପିଟାଲ । ସ୍ୱତନ୍ତ୍ର କୋଭିଡ ହସ୍ପିଟାଲରେ ରହିବ ୧୦୦ଟି ଶର୍ଯ୍ୟା ଓ ଆଇସିୟୁ ଶର୍ଯ୍ୟା । ୧୦ ଦିନ ଭିତରେ କାର୍ଯ୍ୟକ୍ଷମ ହେବା ନେଇ ଆଜି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ଏନେଇ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଓ ଏସିଏସ ପ୍ରଦୀପ୍ତ ମହାପାତ୍ର ସମ୍ବଲପୁର ଗସ୍ତ କରିଛନ୍ତି । ସମ୍ବଲପୁରରେ ଆରୋଗ୍ୟ ହାର ରାଜ୍ୟ ହାରଠାରୁ ଅଧିକ ଥିବାରୁ ସେମାନେ ପ୍ରଶଂସା କରିଛନ୍ତି ।

ତେବେ ସୂଚନା ଯୋଗ୍ୟ, ରାଜ୍ୟରେ କରୋନା ସଂକ୍ରମଣ ଥମିବାର ନାଁ ନେଉନି । ଏହି ମାସରେ ସବୁଦିନ ୩ ହଜାର ପାର୍ କରୁଛି ସଂକ୍ରମଣ ।ରାଜ୍ୟରେ ଆଜି  ୩୦ ଜିଲ୍ଲାରୁ ୩୫୪୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୨୧୬୧ ଓ ସ୍ଥାନୀୟ ଅଞ୍ଚଳରୁ ୧୩୮୨ ଜଣ ଚିହ୍ନଟ ହୋଇଛନ୍ତି ।ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨୦୨୨୧କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking