34.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗପ୍ରତି ୧୫ ଦିନରେ କୋଭିଡ଼ ହସ୍ପିଟାଲ ଫାୟାର ଅଡିଟ୍‌

ପ୍ରତି ୧୫ ଦିନରେ କୋଭିଡ଼ ହସ୍ପିଟାଲ ଫାୟାର ଅଡିଟ୍‌

ଭୁବନେଶ୍ୱର : ରାଜ୍ୟରେ ପ୍ରତିଦିନ ବଢିଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଗୁରୁତର ଅବସ୍ଥାରେ ବହୁ ରୋଗୀ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ତେବେ ସଦଗୁରୁ କୋଭିଡ଼ ହସ୍ପିଟାଲ ଅଗ୍ନିକାଣ୍ଡ ପରେ ଅଗ୍ନିଶମ ବିଭାଗ ଦ୍ୱାରା ନିର୍ଦ୍ଦେଶାବଳୀ ଜାରି କରାଯାଇଛି । ଏଥର ପ୍ରତି ୧୫ ଦିନରେ ଥରେ କୋଭିଡ଼ ହସ୍ପିଟାଲର ଯାଞ୍ଚ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏଥିସହ ପ୍ରତି ୧୫ ଦିନରେ ଥରେ ଏମର୍ଜେନ୍ସି ଡ୍ରିଲ୍ ନେଇ ମଧ୍ୟ ନିଷ୍ପତ୍ତି ନିଆଯାଇଛି । କୌଣସି ଜରୁରୀ ପରିସ୍ଥିତି ଉପୁଜିଲେ ଉପସ୍ଥିତ ସମ୍ବଳରେ ମୁକାବିଲା ପାଇଁ ପ୍ରସ୍ତୁତି କରାଯିବ । ଏବେ ସବୁ କୋଭିଡ଼ ହସ୍ପିଟାଲରେ ଜଣଙ୍କୁ ଏମର୍ଜେନ୍ସି ରେସପନ୍ସ ଅଫିସର ଦାୟିତ୍ୱ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ସମସ୍ତ କୋଭିଡ଼ ହସ୍ପିଟାଲ ପାଇଁ ଅଗ୍ନିଶମ ବିଭାଗ ଦ୍ୱାରା ଚେକ୍ ଲିଷ୍ଟ ଜାରି କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking