16.1 C
Bhubaneswar
Tuesday, December 12, 2023
HomeUncategorizedକୋଭିଡ ହସ୍ପିଟାଲର ସ୍ଥିତି ଭାରତୀୟ ଜନତା ପାର୍ଟି କାର୍ଯ୍ୟକର୍ତ୍ତା

କୋଭିଡ ହସ୍ପିଟାଲର ସ୍ଥିତି ଭାରତୀୟ ଜନତା ପାର୍ଟି କାର୍ଯ୍ୟକର୍ତ୍ତା

କୋରାପୁଟ : କୋରାପୁଟ ଜିଲ୍ଲା କୋଭିଡ ହସ୍ପିଟାଲ ପରିଦର୍ଶନ କଲେ ଭାରତୀୟ ଜନତା ପାର୍ଟି । ଜୟପୁର ମଣ୍ଡଳୀର କର‌୍ୟ୍ୟକର୍ତା ରାଜ୍ୟ ସ୍ଥାୟୀ ସଦସ୍ୟ ଗୌତମ ସାମନ୍ତରାୟଙ୍କ ନେତୃତ୍ୱରେ ଜୟପୁର କୋଭିଡ ହସ୍ପିଟାଲର ସ୍ଥିତି ପରଖି ଥିଲେ । କୋରାପୁଟ ଜିଲ୍ଲାରେ ହୁ ହୁ ହୋଇ ବଢୁଥିବା କୋରନା ରୋଗୀ ଓ ମୃତ୍ୟୁ ସଂଖ୍ୟାରେ ସରକାରଙ୍କ ଆଭିମୁଖ୍ୟ ସଠିକ ନଥିବା,କେନ୍ଦ୍ର ଦେଇଥିବା ଅନୁଦାନ ଓ ସମସ୍ତ ପ୍ରକାର ସାହାଯ୍ୟରେ ଅନିୟମିତତାକୁ ଦୃଷ୍ଟିରେ ରଖି ଆଜି ବିଜେପିର କାର୍ଯ୍ୟକର୍ତ୍ତାଙ୍କ ସହ କୋଭିଡ ହସ୍ପିଟାଲର ଇଂଚାର୍ଜ ସହ ସାକ୍ଷାତ କରି ବାସ୍ତବିକ ଚିତ୍ରର ସ୍ପଷ୍ଟତା ଉପରେ ଆଲୋଚନା କରିଥିଲେ। ବହୁ ଜିନିଷରେ ଅନିୟମିତତା ପରିଲକ୍ଷିତ ହୋଇଥିବାର ସ୍ପଷ୍ଟ ଚିତ୍ର ମିଳିଥିଲା। ପ୍ରତିଦିନ କୋରନା ରୋଗୀ ଙ୍କ ମୃତ୍ୟୁ ସଂଖ୍ୟା ଅସ୍ପଷ୍ଟ ଥିବା ସହ। ଭେଣ୍ଟିଲେଟରର ଅଚଳାବସ୍ଥା, ଏକ୍ସରେ ମେସିନର ଅଚଳାବସ୍ଥା, ଏନେଥେସିଷ୍ଟଙ୍କ ଅଭାବ,ଜରୁରୀ ଔଷଧର ଅଭାବ ପରିଲିଖତ ହୋଇଥିଲା। କେନ୍ଦ୍ର ସରକାରଙ୍କ ସମସ୍ତ ସୁବିଧା ରୋଗୀଙ୍କୁ ଯୋଗାଇ ଦେବାର ଆଶ୍ୱାସନ ଓ ପ୍ରତିଶୃତି ପୂର୍ଣ୍ଣ ମାତ୍ରାରେ କାର‌୍ୟ୍ୟକ୍ଷମ ହେବା ସତ୍ୱେ ରୋଗୀଙ୍କୁ ବିଶାଖାପାଟଣା କୁ କାହିଁକି ପଠାଯାଉଛି ଏହା ଏକ ପ୍ରଶ୍ନବାଚୀ ହୋଇ ଓଡିଶା ସରକାରଙ୍କ ଉପରେ ଝୁଲି ରହିଛି । ଏଥିରେରେ ବିଶାଖାପାଟଣାର ଡାକ୍ତରଙ୍କ ସହ କୌଣସି ସ୍ୱାର୍ଥ ନିହିତ ଗୁପ୍ତ ଦଲାଲି କୋରାପୁଟ ଜିଲ୍ଲା ସ୍ୱାସ୍ଥ୍ୟ ପ୍ରଶାସନ ଓ ସରକାରଙ୍କ ନାହି ତ ଏପରି ବହୁ ପ୍ରଶ୍ନ ଉଙ୍କି ମାରୁଛି। ଆଗାମୀ ଦିନରେ ବିଜେପି ଏହାର ଉତ୍ତର ବହାର କରିବ ବୋଲି ଗୌତମ ସାମନ୍ତରାୟ କହିଥଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking