କେନ୍ଦୁଝର : କେନ୍ଦୁଝର ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ତିଆ ନିକଟସ୍ଥ ହୋଟେଲ ପ୍ରିନ୍ସ ୩୦୬ନଂ ରୁମ ଭିତ଼ରେ ଜଣେ କୋଭିଡ଼ ଡାକ୍ତର ଙ୍କ ମୃତ୍ୟୁ ଘଟିଛି।ସେ ହେଲେ ବହଳଦା ଜାମଦା ଗ୍ରାମର ଆଶା ଚ଼ରଣ ମାଝି(୫୫)।ଖବରଅନୁସାରେ,ଶ୍ରୀ ମାଝି ରାଙ୍କି ସ୍ଥିତ଼ କୋଭିଡ଼ ଡ଼ାକ୍ତର ଖାନାରେ କାର୍ୟ୍ୟରତ଼ ଥିଲେ।ଆଜି ସେ ହୋଟେଲ ଭିତ଼ରେ କବାଟ ଖୋଲି ଶୋଇଥିଲେ।ତ଼ାଙ୍କୁ କର୍ମଚ଼ାରୀ ମାନେ ଉଠିବାକୁ ବହୁଥର କହିଥିଲେ ମଧ୍ୟ ସୁଣିନଥିଲେ।ହୋଟେଲ ମାଲିକ ଜାଣିବାକୁ ପାଇ ଟାଉନ ପାେଲିସକୁ ଖବର ଦେବାରୁ ପୋଲିସ ଆସି ତ଼ଦନ୍ତ କରିଥିଲା।ସେତ଼େବେଳେ ଶ୍ରୀ ମାଝିଙ୍କ ମୃତ୍ୟୁ ଘଟି ସାରିଥିଲା । ଏନେଇ ପୋଲିସ ଏକ କେସନଂ(୧୩୫/୨୦)ଅପମୃତ଼ ମାମଲା ରୁଜୁ କରିଥିଲା । ପରେ ଶବ କେନ୍ଦୁଝର ଜିଲ୍ଲା ମୁଖ୍ୟଚ଼ିକିତ୍ସାଳୟକୁ ପଠାଇ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ତେବେ ଡାକ୍ତରଙ୍କ ମୃତ୍ୟୁ କିପରି ହୋଇଛି ତାହା ଏବେ ଅସ୍ପଷ୍ଟ ରହିଛି ।