34.1 C
Bhubaneswar
Thursday, March 28, 2024
Homeଦେଶ ବିଦେଶକେବଳ ଫୁସ୍‌ଫୁସ୍ ନୁହେଁ ହାର୍ଟ ଉପରେ କୁପ୍ରଭାବ ପକାଏ କୋଭିଡ

କେବଳ ଫୁସ୍‌ଫୁସ୍ ନୁହେଁ ହାର୍ଟ ଉପରେ କୁପ୍ରଭାବ ପକାଏ କୋଭିଡ

ମେଲବୋର୍ଣ୍ଣ: କୋଭିଡ-19 ସଂକ୍ରମଣ କିପରି ହୃଦୟ ଟିସୁକୁ କ୍ଷତି ପହଞ୍ଚାଏ, ସେ’ ଉପରେ ଜାଣିବାକୁ ପାଇଛନ୍ତି ଗବେଷକ । କମ୍ ସଂଖ୍ୟକ ଲୋକଙ୍କୁ ନେଇ କରାଯାଇଥିବା ଅଧ୍ୟୟନରୁ ଜଣାପଡିଛି ଯେ, କୋଭିଡ-19 ହୃଦୟ ଟିସୁରେ ଥିବା DNA କୁ କ୍ଷତି ପହଞ୍ଚାଇଥାଏ, ମାତ୍ର ଏହା ଇନଫ୍ଲୁଏନଜା (Influenza) ନମୂନା ପରୀକ୍ଷଣ ସମୟରେ ଜଣାପଡିନଥିଲା । Influenza ଶ୍ୱାସକ୍ରିୟାର ଏକ ସଂକ୍ରାମକ ରୋଗ ଯାହା କାଶ, ଥଣ୍ଡା ଏବଂ ସାମାନ୍ୟ ଜ୍ୱରରୁ ଆରମ୍ଭ ହୁଏ । ଇନ୍‌ଫ୍ଲୁଏଞ୍ଜା ଭୂତାଣୁ ନାକ, ଆଖି ଏବଂ ପାଟି ଦେଇ ଆମ ଶରୀରକୁ ପ୍ରବେଶ କରନ୍ତି ।

ଏହା ବ୍ୟତୀତ, ଯଦି ଅନ୍ୟ ଜଣେ ବ୍ୟକ୍ତି ଏହି ଭୁତାଣୁରେ ସଂକ୍ରମିତ ବ୍ୟକ୍ତିଙ୍କ କାଶ ଏବଂ ଛିଙ୍କ ସଂସ୍ପର୍ଶରେ ଆସନ୍ତି, ତେବେ ଏହା ସଂକ୍ରମିତ କରିଥାଏ । କୋଭିଡ ସଂକ୍ରମଣରେ ମଧ୍ୟ ସମାନ ଲକ୍ଷଣ ଥାଏ । ମାତ୍ର କୋଭିଡ ସଂକ୍ରମଣ ହାର୍ଟ ଟିସୁକୁ ସଂକ୍ରମିତ କରୁଥିବା ନେଇ ଚିହ୍ନଟ ହୋଇ ଥିବାବେଳେ ଇନଫ୍ଲୁଏଞ୍ଜା ସଂକ୍ରମଣରେ ଏପରି ତଥ୍ୟ ସାମ୍ନାକୁ ଆସିନଥିଲା ।

ଅନୁସନ୍ଧାନକାରୀମାନେ ସୂଚାଇ ଦେଇଛନ୍ତି ଯେ, କୋଭିଡ-19 ଏବଂ ଇନଫ୍ଲୁଏଞ୍ଜା ଉଭୟ ଗୁରୁତର ଶ୍ବାସକ୍ରିୟା ସମସ୍ୟା ଜନିତ ଭୂତାଣୁ ହୋଇଥିବାବେଳେ ସେମାନେ ହୃଦ୍‌ରୋଗକୁ ଭିନ୍ନ ଭାବରେ ପ୍ରଭାବିତ କରୁଥିବା ଜଣାପଡିଛି । 2009 ଫ୍ଲୁ ମହାମାରୀ ତୁଳନାରେ, କୋଭିଡ ଅଧିକ ଗୁରୁତର ଏବଂ ଦୀର୍ଘସ୍ଥାୟୀ ହୃଦ୍‌ରୋଗର କାରଣ, କିନ୍ତୁ ଏହା କେଉଁ କାରଣରୁ ତାହା ଜଣା ପଡିନାହିଁ ବୋଲି ଅଷ୍ଟ୍ରେଲିଆର କୁଇନ୍ସଲ୍ୟାଣ୍ଡ ବିଶ୍ୱବିଦ୍ୟାଳୟର ଅରୁଥା କୁଲସିଙ୍ଘେ କହିଛନ୍ତି ।

କୁଲସିଙ୍ଘେ କହିଛନ୍ତି ଯେ, “ଅଧ୍ୟୟନ ସମୟରେ, ଆମେ କୋଭିଡ-19 ରୋଗୀଙ୍କ ହୃଦ୍‌ରୋଗରେ ଥିବା ଭାଇରାଲ୍ କଣିକା ଚିହ୍ନଟ କରିପାରିଲୁ ନାହିଁ, କିନ୍ତୁ ଟିସୁ ପରିବର୍ତ୍ତନ DNA କ୍ଷତି କିମ୍ବା ପୁନଃନିର୍ମାଣରେ ଜଡିତ କି ନୁହଏଁ ତାହା ବାବଦରେ ଜାଣିବାକୁ ପାଇଲୁ । DNA ଡ୍ୟାମେଜ ଏବଂ ରିପେୟାର ପ୍ରଣାଳୀ ସାଧାରଣ କ୍ରୋନିକ୍ ଡିଜିଜ୍ ମଧୁମେହ, କର୍କଟ, ଆଥେରୋସ୍କେ୍‌ଲରୋସିସ୍ ଏବଂ ନ୍ୟୁରୋଡିଜେନେରେଟିଭ୍ ବ୍ୟାଧି ସହ ଜଡିତ, ତେଣୁ COVID-19 ରୋଗୀଙ୍କ କ୍ଷେତ୍ରରେ ଏହା କାହିଁକି ଘଟୁଛି ତାହା ଜାଣିବା ଗୁରୁତ୍ୱପୂର୍ଣ୍ଣ ବୋଲି ଅନୁସନ୍ଧାନକାରୀମାନେ କହିଛନ୍ତି ।”

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking