28.1 C
Bhubaneswar
Friday, March 29, 2024
Homeଓଡିଶାକୋରୋନା ମୁକାବିଲା : କୋଭିଡ ହସ୍ପିଟାଲ ପାଇଁ ଜିଲ୍ଲା ପ୍ରଶାସନ ସହିତ ବୁଝାମଣା ପତ୍ର ସ୍ୱାକ୍ଷରିତ

କୋରୋନା ମୁକାବିଲା : କୋଭିଡ ହସ୍ପିଟାଲ ପାଇଁ ଜିଲ୍ଲା ପ୍ରଶାସନ ସହିତ ବୁଝାମଣା ପତ୍ର ସ୍ୱାକ୍ଷରିତ

ଯାଜପୁର : କୋରୋନା ମୁକାବିଲା କରିବା ପାଇଁ ଯାଜପୁର ଜିଲ୍ଲା ପ୍ରଶାସନ ବିଭିନ୍ନ ଘରୋଇ ଡାକ୍ତରଖାନା ସହିତ ଏମଓୟୁ ସ୍ୱାକ୍ଷର କରିଛି । କଳିଙ୍ଗନଗର ରେ ପ୍ରତିଷ୍ଠା ହୋଇଥିବା ଟାଟା ମେଡିକା ହସ୍ପିଟାଲ ରେ ୧୦୦ ଶଯ୍ୟା ପାଇଁ ଏମଓୟୁ ପତ୍ର ସ୍ୱାକ୍ଷର ହୋଇଥିବା ବେଳେ ଜାରକା ସ୍ଥିତ ଭୂମିକା ହସ୍ପିଟାଲରେ ମଧ୍ୟ କୋଭିଡ ହସ୍ପିଟାଲ ପାଇଁ ଜିଲ୍ଲା ପ୍ରଶାସନ ସହିତ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି । ସେହିପରି ଏନସି କଲେଜର ନୂତନ ବିଲ୍ଡିଂରେ ୫୦୦ ଶଯ୍ୟା ବିଶିଷ୍ଟ ଅତ୍ୟାଧୁନିକ କ୍ୱାରେନଟାଇନ କେନ୍ଦ୍ର ନିର୍ମାଣ ଶେଷ ପର୍ଯ୍ୟାୟରେ ପହଂଚିଛି । ଏହି କ୍ୱାରେନଟାଇନ କେନ୍ଦ୍ରରେ ଆଇସିୟୁର ବ୍ୟବସ୍ଥା ମଧ୍ୟ କରାଯାଉଛି । ବର୍ତ୍ତମାନ ଯୁଦ୍ଧକାଳୀନ ଭିତ୍ତିରେ ଏହାର କାର୍ଯ୍ୟ ଚାଲୁ ରହିଛି ।
ଆଜି ଜିଲ୍ଲାପାଳ କଳିଙ୍ଗ ନଗର ଗସ୍ତରେ ଯାଇ ଟାଟା ମେଡିକା ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିଛନ୍ତି । ସେଠାରେ ଡାକ୍ତର, ପାରା ମେଡିକାଲ କର୍ମଚାରୀ ଏବଂ ସ୍ବେଚ୍ଛାସେବୀ ମାନଙ୍କ ମଧ୍ୟରେ ଚାଲିଥିବା ତାଲିମ ଶିବିରରେ ଯୋଗ ଦେଇ କରୋନା ମୁକାବିଲା ପାଇଁ ଦିଗଦର୍ଶନ ଦେଇଛନ୍ତି । ଯଦି ଜିଲ୍ଲାରେ କୌଣସି କରୋନା ରୋଗୀ ଦେଖାଯାଆନ୍ତି ସେମାନଙ୍କୁ ଏହି ସବୁ ଡାକ୍ତରଖାନାରେ ଚିକିତ୍ସା ସେବା ଯୋଗାଇ ଦିଆଯିବ ବୋଲି ଯାଜପୁର ଜିଲ୍ଲାପାଳ ରଂଜନ କୁମାର ଦାସ ସୂଚନା ଦେଇଛନ୍ତି ।
ଏହି ଗସ୍ତ ସମୟରେ ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣୀ ନାୟକ, କଳିଙ୍ଗ ନଗର ଅତିରିକ୍ତ ଜିଲ୍ଲାପାଳ ସଂନ୍ତୋଷ କୁମାର ମିଶ୍ର,ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ଅକ୍ଷୟ କୁମାର ମଲ୍ଲିକ, ଉପ ଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ, ସୂଚନା ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ ସେଠୀ ଏବଂ ଟାଟାର ଜେନେରାଲ ମ୍ୟାନେଜର ରମା ରଞ୍ଜନ ଶତପଥୀ ଏବଂ ଟାଟା ମେଡିକା ର ଅଧିକ୍ଷକ ଡ଼. ସୁଧାଂଶୁ ଶେଖର ସୁତାର ପ୍ରମୁଖ ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking