27.8 C
Bhubaneswar
Thursday, April 18, 2024
Homeଓଡିଶାକୋଭିଡ ଆଇନ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

କୋଭିଡ ଆଇନ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

ରାଉରକେଲା: ରାଜ୍ୟରେ ଏବେ କୋରୋନା ପ୍ରକୋପ ଜାରି ରହିଛି । ଏପରି ସମୟରେ କୋଭିଡ ଆଇନ କାର‌୍ୟ୍ୟକାରୀ ହେଉଛି । କିନ୍ତୁ ଏହାର ବ୍ୟତିକ୍ରମ ଦେଖାଦେଇଛି ରାଉରକେଲା ସହରରେ । ସୂଚନାନୂସାରେ, ଜୁନ ୮ ତାରିଖରେ କୋଭିଡ ଗାଇଡ ଲାଇନକୁ ଅବମାନନା କରି ହଜାର ହଜାର ଲୋକ ଏକ ଅନ୍ତିମ ସଂସ୍କାରରେ ସାମିଲ ହୋଇଥିଲେ । ହେଲେ ପୋଲିସ ଏ ବାବଦରେ କୌଣସି କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରି ନଥିବା ଅଭିଯୋଗ ଆଣିଛି ରାଉରକେଲା ଓକିଲ ସଂଘ ।  ଏ ଘଟଣାରେ ଆଇନ ଶୃଙ୍ଖଳା ରକ୍ଷା କରିବା ଏବଂ ଆଇନ ଶୃଙ୍ଖଳା ଭଙ୍ଗ କରୁଥିବା ଲୋକଙ୍କ ଉପରେ ପୋଲିସ କାର‌୍ୟ୍ୟାନୁଷ୍ଠାନ ନେବାରେ ସମ୍ପୂର୍ଣ୍ଣ ବିଫଳ ହୋଇଥିବାରୁ ଓକିଲ ସଂଘ ରାଉରକେଲା ଏସପିଙ୍କ ବଦଳି ଦାବି କରିଛି । ସହରରେ କୋଭିଡ ଆଇନ କାର‌୍ୟ୍ୟକାରୀ ହେଉ ନ ଥିବାରୁ ଆଗକୁ ରାଉରକେଲାରେ ଏହି ମହାମାରୀ ବ୍ୟାପିବାର ଆଶଙ୍କା କରାଯାଇଛି । ଏ ସଂକ୍ରାନ୍ତରେ ସଂଘ ପକ୍ଷରୁ ଏକ ଦାବିପତ୍ର ପାନପୋଷ ଉପଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦିଆଯାଇଛି ।
ଅନ୍ୟପଟେ ଜୁନ ୭ ତାରିଖ ସନ୍ଧ୍ୟାରେ ରାଉରକେଲା ରେଲଓ୍ବେ କୋଲୋନୀରେ ଘଟି ଥିବା ଦିଲଶାଦ ଖାନ ହତ୍ୟା ମାମଲାରେ ପୋଲିସକୁ ମିଳିଛି ସଫଳତା । ଏହି ହତ୍ୟା ମାମଲାରେ ରାଉରକେଲା ପୋଲିସ ୯ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏହି ହତ୍ୟାକାଣ୍ଡ ଘଟି ଥିବା ବେଳେ ଏହି ଘଟଣାରେ ଜଡ଼ିତ ଅନ୍ୟ ୩ ଜଣଙ୍କୁ ଧରିବାକୁ ପୋଲିସ ଵିଭିନ୍ନ ସ୍ଥାନରେ ଚଢ଼ାଉ କରୁଛି । ହତ୍ୟାରେ ବ୍ୟବହୃତ ଲୁହାରଡ଼ ସହ ଅନ୍ୟ ମାରଣାସ୍ତ୍ର ପୋଲିସ ଜବତ କରିଛି । ମୁଖ୍ୟ ଅଭିଯୁକ୍ତ ଜିତେନ୍ଦ୍ର ସାହା ଏବଂ ତା’ର ଭାଇ ସୁରଜ ସାହାଙ୍କ ସମେତ ୯ ଜଣ ଗିରଫ ହୋଇଥିବା ବେଳେ ଅନ୍ୟ ମାନଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ରାଉରକେଲା ଏସପି କେ.ଶିବା ସୁବ୍ରମଣି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।
5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking