37.1 C
Bhubaneswar
Thursday, March 28, 2024
Homeବ୍ରେକୀଙ୍ଗକରୋନା ସଂକ୍ରମଣରେ ବ୍ରିଟେନ୍‌କୁ ପଛରେ ପକାଇ ଭାରତ ଚତୁର୍ଥ ସ୍ଥାନରେ

କରୋନା ସଂକ୍ରମଣରେ ବ୍ରିଟେନ୍‌କୁ ପଛରେ ପକାଇ ଭାରତ ଚତୁର୍ଥ ସ୍ଥାନରେ

ନୂଆଦିଲ୍ଲୀ : ବିଶ୍ୱରେ କରୋନା ସଂକ୍ରମଣରେ ଚତୁର୍ଥ ସ୍ଥାନରେ ଭାରତ । ବ୍ରିଟେନ୍‌କୁ ପଛରେ ପକାଇ ଚତୁର୍ଥ ସ୍ଥାନରେ ଭାରତ । ଦେଶରେ କରୋନା ସଂକ୍ରମଣ ସଂଖ୍ୟା ୨ଲକ୍ଷ ୯୭ହଜାର ୫୩୫କୁ ବୃଦ୍ଧିପାଇଛି । ବିଶ୍ୱର ପ୍ରଥମ ତାଲିକାରେ ଆମେରିକା, ଦ୍ୱିତୀୟରେ ବ୍ରାଜିଲ୍‌, ତୃତୀୟରେ ରୁଷିଆ ଓ ଚତୁର୍ଥରେ ଭାରତ ରହିଛି । ଆମେରିକାରେ ସଂକ୍ରମଣ ସଂଖ୍ୟା ୨, ୦୮୯, ୭୦୧ରେ ପହଞ୍ଚିଥିବା ବ‌େଳେ ମୃତ୍ୟୁ ସଂଖ୍ୟା ୧୧୬, ୦୩୪ ରେକର୍ଡ କରାଯାଇଛି। ଆମେରିକା ପଛକୁ ଥିବା ବ୍ରାଜିଲ୍‌ରେ ସଂକ୍ରମଣ ସଂଖ୍ୟା ୮୦୫, ୬୪୯ରେ ପହଞ୍ଚିଥିବା ବେଳେ ମୃତ୍ୟୁସଂଖ୍ୟା ୪୧, ୦୫୮ରେ ପହଞ୍ଚିଛି। ସେହିପରି ରୁଷ୍‌ରେ ସଂକ୍ରମଣ ସଂଖ୍ୟା ୫୦୨, ୪୩୬ ଛୁଇଁଥିବା ବେଳେ ୬, ୫୩୨ରେ ରହିଛି। ରୁଷ୍‌ ପଛକୁ ରହିଛି ଭାରତ। ଭାରତରେ ସଂକ୍ରମଣ ସଂଖ୍ୟା ୨,୯୭,୫୩୫ ଓ ମୃତ୍ୟୁସଂଖ୍ୟା ୮,୪୯୮। ଇଂଲଣ୍ଡ୍‌ରେ ସଂକ୍ରମଣ ସଂଖ୍ୟା ୨୯୧, ୪୦୯ ଥିବାବେଳେ ମୃତ୍ୟୁସଂଖ୍ୟା ୪୧, ୨୭୯ରେ ପହଞ୍ଚିଛି।
ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୮,୪୯୮କୁ ବୃଦ୍ଧିପାଇଛି । କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ଲକ୍ଷ ୯୭ହଜାର ୫୩୫କୁ ବୃଦ୍ଧିପାଇଛି । ଚିକିତ୍ସାଧିନ ଅଛନ୍ତି ୧ଲକ୍ଷ ୪୧ ହଜାର ୮୪୨ ଜଣ ଆକ୍ରାନ୍ତ । ସୁସ୍ଥ ହୋଇଛନ୍ତ ୧ଲକ୍ଷ ୪୭ହଜାର ୧୯୫ଜଣ ଆକ୍ରାନ୍ତ । ଗତ ୨୪ଘଣ୍ଟାରେ ୧୦ହଜାର ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଓ ୩୯୬ ଜଣଙ୍କ ମୃତ୍ୟୁ ଘଟିଛି । ମହାରାଷ୍ଟ୍ରରେ ସର୍ବାଧିକ ୯୭ହଜାର ୬୪୮ଜଣ ଆକ୍ରାନ୍ତ ସକ୍ରିୟ ଅଛନ୍ତି । ସେଥିମଧ୍ୟରୁ ୩୫୯୦ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ଏ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking