29.1 C
Bhubaneswar
Thursday, April 25, 2024
Homeଓଡିଶାରାଜ୍ୟରେ ସବୁ ରେକର୍ଡ ଭାଗିଲା କରୋନା; ଦିନକରେ ୧୨ ହଜାର ୨୩୮ ଆକ୍ରାନ୍ତ ଚିହ୍ନଟ, ସର୍ବାଧିକ...

ରାଜ୍ୟରେ ସବୁ ରେକର୍ଡ ଭାଗିଲା କରୋନା; ଦିନକରେ ୧୨ ହଜାର ୨୩୮ ଆକ୍ରାନ୍ତ ଚିହ୍ନଟ, ସର୍ବାଧିକ ସୁନ୍ଦରଗଡ଼

ଭୁବନେଶ୍ୱର : ଓଡିଶାରେ ସବୁ ରେକର୍ଡ ଭାଙ୍ଗିଛି କରୋନା । ଏପରିକି ଦୈନିକ ସଂକ୍ରମଣ ହାର ୧୨ ହଜାର ପାର୍ କରିଛି । ରାଜ୍ୟରେ ଆଜି ସର୍ବାଧିକ ୧୨ ହଜାର ୨୩୮ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ ଜିଲ୍ଳାରୁ ସର୍ବାଧିକ ୨ ହଜାର ୭୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ପଜିଟିଭ ସଂଖ୍ୟା ୫ ଲକ୍ଷ ୧୨ ହଜାର ୪୦୦କୁ ବୃଦ୍ଧି ପାଇଛି ।
ସେହିପରି ୧ ହାଜର ୮୨୮ ନୂଆ ମାମଲା ସହ ଦ୍ୱିତୀୟ ସ୍ଥାନରେ ରହିଛି ଖୋର୍ଦ୍ଧା ।

ଏହା ସହ କଟକରେ ୯୧୬, କଳାହାଣ୍ଡିରେ ୫୮୦, ସମ୍ବଲପୁରରେ ୫୪୪, ଅନୁଗୁଳରେ ୪୮୦, ବରଗଡରେ ୪୭୫, ବାଲେଶ୍ୱରରେ ୪୩୭, ଭଦ୍ରକରେ ୩୮୧, ପୁରୀରେ ୩୬୯, ଷ୍ଟେଟପୁଲରେ ୩୫୭, ଯାଜପୁରରେ ୩୧୮, ଗଞ୍ଜାମରେ ୩୧୨, ଝାରସୁଗୁଡାରେ ୩୦୬, ନୂଆପଡାରେ ୨୯୦, ନବରଙ୍ଗପୁରରେ ୨୮୨, ବଲାଙ୍ଗିରରେ ୨୬୦, ମୟୂରଭଞ୍ଜରେ ୨୫୭, ରାୟଗଡାରେ ୨୦୧, ନୟାଗଡରେ ୧୯୪, କେନ୍ଦ୍ରପଡାରେ ୧୯୨, କେନ୍ଦୁଝରରେ ୧୭୯, ସୁବର୍ଣ୍ଣପୁରରେ ୧୫୯, ଢେଙ୍କାନାଳରେ ୧୪୨, କୋରାପୁଟରେ ୧୩୦, ବୌଦ୍ଧରେ ୧୨୮, ଗଜପତିରେ ୯୧, କନ୍ଧମାଳରେ ୬୯, ଦେବଗଡ ଓ ମାଲକାନଗିରିରେ ୬୦ ଲେଖାଏଁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking