16.1 C
Bhubaneswar
Friday, January 28, 2022
Homeଓଡିଶାଆଜି ରାଜ୍ୟରୁ ଚିହ୍ନଟ ହେଲେ ୩୪୫୬ ପଜିଟିଭ୍

ଆଜି ରାଜ୍ୟରୁ ଚିହ୍ନଟ ହେଲେ ୩୪୫୬ ପଜିଟିଭ୍

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି । ଲକଡାଉନ୍, ସଟଡାଉନ୍ ଓ କର୍ଫ୍ୟୁ ଆଦି କଟକଣା ସହ ଜନସାଧାରଣଙ୍କ କୋଭିଡ୍ ସଚେତନତା ଯୋଗୁଁ କରୋନା ନିମ୍ନମୁଖୀ ହେବାରେ ଲାଗିଛି । ଆଗାମୀ ଦିନରେ ସଂକ୍ରମଣ ଆହୁରି କମିବ ବୋଲି କୁହାଯାଇଛି । ଏହା ମଧ୍ୟରେ ଆଜି ପୁଣି ୩୪୫୬ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୧୯୭୩ ଓ ସ୍ଥାନୀୟ ଅଞ୍ଚଳରୁ ୧୪୮୩ ଜଣ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ୮୬ ହଜାର ୯୪୬ରେ ପହଞ୍ଚିଛି । ରାଜ୍ୟରେ ସୁସ୍ଥ ସଂଖ୍ୟା ୮ ଲକ୍ଷ ୪୮ ହଜାର ୯୬୦ ରହିଥିବା ବେଳେ ୩୪ ହଜାର ୨୧୬ ଜଣ ଚିକିତ୍ସିତ ହେଉଛନ୍ତି । ତେବେ ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୯୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

କଟକରୁ ୪୮୦, ଯାଜପୁରରୁ ୨୬୭, ଭଦ୍ରକରୁ ୧୯୪, ମୟୂରଭଂଜରୁ ୧୮୦, ବାଲେଶ୍ୱରରୁ ୧୭୪,, କେନ୍ଦ୍ରାପଡ଼ାରୁ ୧୪୭ ଓ ଅନୁଗୁଳରୁ ୧୧୮, ନୟାଗଡ଼ରୁ ୧୨୬, କେନ୍ଦୁଝରରୁ ୭୩, ବରଗଡ଼ରୁ ୬୯, ବଲାଙ୍ଗିରରୁ ୨୮, ବୌଦ୍ଧରୁ ୨୫, ଦେବଗଡ଼ରୁ ୧୧, ଢେଙ୍କାନାଳରୁ ୫୭, ଗଜପତିରୁ ୧୭, ଗଂଜାମରୁ ୧୯, ଜଗତସିଂହପୁରରୁ ୮୧, ଝାରସୁଗୁଡ଼ାରୁ ୨୦, କଳାହାଣ୍ଡିରୁ ୨୧, କନ୍ଧମାଳରୁ ୩୧, ମାଲକାନଗିରିରୁ ୮୨ ଓ କୋରାପୁଟରୁ ୮୧, ନବରଙ୍ଗପୁରରୁ ୪୨ ଆକ୍ରାନ୍ତ, ଚିହ୍ନଟ ହୋଇଛନ୍ତି। ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking