34.1 C
Bhubaneswar
Friday, March 29, 2024
Homeକରୋନାଦେଶରେ ଆଜି କମିଲା ସଂକ୍ରମଣ : ୨୪ ଘଣ୍ଟାରେ ୩୪ ହଜାର ଆକ୍ରାନ୍ତ ଚିହ୍ନଟ, ୨୬୦...

ଦେଶରେ ଆଜି କମିଲା ସଂକ୍ରମଣ : ୨୪ ଘଣ୍ଟାରେ ୩୪ ହଜାର ଆକ୍ରାନ୍ତ ଚିହ୍ନଟ, ୨୬୦ ମୃତ

ନୂଆଦିଲ୍ଲୀ: ଦେଶରେ ଆଜି ସାମାନ୍ୟ କମିଛି କରୋନା ସଂକ୍ରମଣ। ଗତ ୨୪ ଘଣ୍ଟାରେ ଦେଶରେ ମୋଟ୍‌ ୩୪,୯୭୩ ଜଣ କରୋନା ଆକ୍ରାନ୍ତ ହୋଇଥିବା ବେଳେ ୨୬୦ ଜଣଙ୍କ ପ୍ରାଣ ନେଇଛି କରୋନା। ଏହାସହ ଆଜିର କରୋନା ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ୍‌ ୩,୩୧,୭୪,୯୫୪ ରେ ପହଞ୍ଚିଲାଣି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଏହାସହ ୪,୪୨,୦୦୯ରେ ପହଞ୍ଚିଲାଣି ମୃତକଙ୍କ ସଂଖ୍ୟା। ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଦେଶରେ ଏବେ ବି ୩,୯୦,୬୪୬ ଆକ୍ଟିଭ୍‌ କେସ୍‌ ରହିଛି। ଯାହାକୁ ନେଇ କେନ୍ଦ୍ର ସରକାରଙ୍କର ଏବେ ଚିନ୍ତା ବଢିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁସାରେ, ଦେଶରେ ଏବେ ସୁଦ୍ଧା ମହାମାରୀରୁ ୩,୨୩,୪୨,୨୯୯ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। କେବଳ ଏତିକି ନୁହେଁ ବରଂ ଦେଶରେ ମୋଟ୍‌ ୭୨.୩୭,୮୪,୫୮୬ ଜଣଙ୍କୁ କରୋନା ଟିକା ଦିଆଯାଇଥିବା ନେଇ ସୂଚନା ମିଳିଛି

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking