ଦେଶରେ ଆଉ ୪୧,୩୮୩ ନୂଆ କୋଭିଡ ସଂକ୍ରମିତ ଚିହ୍ନଟ

corona positive

ନୂଆଦିଲ୍ଲୀ : ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୪୧,୩୮୩ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିସହିତ ଦିନକ ମଧ୍ୟରେ ୩୮,୬୫୨ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ ୩,୦୪,୨୯,୩୩୯ ଜଣ କରୋନା ରୋଗୀ ସୁସ୍ଥ ହୋଇସାରିଛନ୍ତି । ଏଥିସହିତ ଦେଶରେ ୪,୦୯,୩୯୪ ଜଣ ସକ୍ରିୟ କରୋନା ରୋଗୀ ରହିଛନ୍ତି । ଦେଶରେ ଦୈନିକ ସଂକ୍ରମଣ ହାର ୨.୪୧% ଏବଂ ସାପ୍ତାହିକ ହାର ୨.୧୨% ରହିଛି । ବୁଧବାର ସୁଦ୍ଧା ଦେଶରେ ୪୫.୦୯ କୋଟି ନମୁନା ପରୀକ୍ଷା କରାଯାଇସାରିଛି। ଦେଶରେ କରୋନରୁ ଆରୋଗ୍ୟ ହାର ୯୭.୩୫% ରହିଛି । ସେହିଭଳି ଗତକାଲି ସଂଧ୍ୟା ସୁଦ୍ଧା ମୋଟ ୪୧.୭୮ କୋଟି ପାନ ଟିକା ଦିଆଯାଇସାରିଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଜୁଲାଇ ୨୧ ପର୍ଯ୍ୟନ୍ତ ସାରା ଦେଶରେ ୪୧ କୋଟି ୭୮ଲକ୍ଷ ଡୋଜ କରୋନା ଟିକା ଦିଆଯାଇଛି। ଶେଷ ଦିନରେ ୨୨ ଲକ୍ଷ ୭୭ ହଜାର ଟିକା ଦିଆଯାଇଥିଲା। ଏଥି ସହିତ ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ଅନୁଯାୟୀ ଏପର୍ଯ୍ୟନ୍ତ ୪୫ କୋଟି ୯ ଲକ୍ଷକରୋନା ପରୀକ୍ଷା କରାଯାଇଛି। ଶେଷ ଦିନରେ୧୭.୧୮ ଲକ୍ଷ କରୋନା ନମୁନା ପରୀକ୍ଷା କରାଯାଇଥିଲା, ଯାହାର ସକରାତ୍ମକତା ହାର ୩ ପ୍ରତିଶତରୁ କମ୍ ଅଟେ  |

LEAVE A REPLY

Please enter your comment!
Please enter your name here