37.2 C
Bhubaneswar
Friday, April 19, 2024
Homeକରୋନାପ୍ରଥମ ଲହର ତୁଳନାରେ ଦ୍ୱିତୀୟ ଲହରର ମୃତ୍ୟୁହାର କମ୍

ପ୍ରଥମ ଲହର ତୁଳନାରେ ଦ୍ୱିତୀୟ ଲହରର ମୃତ୍ୟୁହାର କମ୍

ନୂଆଦିଲ୍ଲୀ : ଦେଶରେ ସଂକ୍ରମଣ କମୁଥିଲେ ସୁଦ୍ଧା କିଛି ନିର୍ଦ୍ଦିଷ୍ଟ ରାଜ୍ୟରେ ସଂକ୍ରମଣ ବଢ଼ିବା ଚିନ୍ତାର କାରଣ ହୋଇଛି । କେରଳ ସଂକ୍ରମଣ ଅତ୍ୟଧିକ ଚିନ୍ତାର କାରଣ ପାଲଟିଛି । ଗତ ୨୪ ଘଣ୍ଟାରେ କେରଳରେ ୧୬ ୧୪୮ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛନ୍ତି। ୧୧୪ ଜଣ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । କେରଳରେ ମୋଟ୍ ମୃତ୍ୟୁ ୧୫ ୨୬୯ରେ ପହଁଚିଛି । ରାଜ୍ୟରେ ଟେଷ୍ଟ ପଜିଟିଭ୍ ହାର ୧୦,୭୬ ପ୍ରତିଶତ ଥିବା ବେଳେ କୋଝିଗୋଡ୍‌ରେ ସର୍ବାଧିକ ୨୧୦୫ ସଂକ୍ରମଣ ମାମଲା ଚିହ୍ନଟ ହୋଇôତଲା । ରାଜ୍ୟରେ ସଂକ୍ରମଣ ମାମଲା ୧୩ ହଜାରରୁ ଅଧିକ ଥିଲା । ସଂକ୍ରମିତଙ୍କ ମଧ୍ୟରେ ୫୭ ଜଣ ସ୍ୱାସ୍ଥ୍ୟକର୍ମୀ ଥିଲେ । ରାଜ୍ୟରେ ମୋଟ୍ ସକ୍ରିୟ ମାମଲା ଏବେ ୧,୨୪,୭୭୯ ଥିବାବେଳ ମୋଟ୍ ୩୦, ୦୬, ୪୩୯ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି ।

ଦେଶରେ ୨୪ ଘଣ୍ଟା ମଧ୍ୟରେ ୪୧, ୧୫୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୫୧୮ଜଣ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ଦେଶରେ ବର୍ତ୍ତମାନ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩,୧୧,୦୬,୦୬୫ । ଅନ୍ୟପକ୍ଷେ ମୃତ୍ୟୁ ସଂଖ୍ୟା ୪,୧୩,୬୦୯ରହିଛି । ଏଯାବତ୍ ଦେଶରେ ମୋଟ୍ ୩,୦୨,୬୯,୭୯୬ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ବର୍ତ୍ତମାନ ଅରୋଗ୍ୟ ହାର ୯୭.୩୧ ପ୍ରତିଶତ ରହିଛି । ଦେଶରେ ମୃତ୍ୟୁ ହାର ଏବେ ୧.୩୩ ପ୍ରତିଶତ । ସକ୍ରିୟ ମାମଲା ୪,୨୪, ୦୨୫ ଥିବାବେଳେ ଏହା ମୋଟ୍ ସଂକ୍ରମଣ ମାମଲାର ୧.୩୬ ପ୍ରତିଶତ । ଅନ୍ୟପକ୍ଷେ ଦେଶରେ ସାପ୍ତାହିକ ପଜିଟିଭ୍ ହାର ୨.୧୦ ପ୍ରତିଶତ ରହିଛି । ଦେଶରେ ୭ଟି ରାଜ୍ୟରେ ସଂକ୍ରମଣ ୩୦ ହଜାର ତଳେ ରହିଛି । ନାଗାଲାଣ୍ଡରେ ଜୁଲାଇ ୧୭ ସୁଦ୍ଧା ମୋଟ୍ ୨୬, ୬୯୦ ସଂକ୍ରମଣ ମାମଲା ଚିହ୍ନଟ ହୋଇଛନ୍ତି । ଏଯାବତ୍ ନାଗାଲାଣ୍ଡରେ ୨୦, ୮୨୯ ଜଣ କରୋନାରୁ ସୁସ୍ଥ ହୋଇଛନ୍ତିୁ ଏବଂ ୧୨୦ ଜଣଙ୍କ ମୃତ୍ୟୁ ହୋଇଛି।

ସେହିପରି ମିଜୋରାମରେ ସଂକ୍ରମଣ ମାମଲା ୨୬, ୪୭୬, ଉତ୍ତରପୂର୍ବ ରାଜ୍ୟ ସିକ୍କିମରେ ୨୩, ୦୮୦ ସଂକ୍ରମଣ ମାମଲା ଚିହ୍ନଟ ହୋଇଛନ୍ତି । ୨୦, ୪୪୧ ଜଣ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ମୋଟ୍ ୩୧୯ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି । ସେହିପରି ଲଦାଖରେ ମୋଟ୍ ସଂକ୍ରମଣ ମାମଲା ୨୦, ୨୪୦, ଦାଦ୍ରା ଏବଂ ନଗର ହାବେଳୀ ଏବଂ ଡାମନ୍ ଏବଂ ଡିଉରେ ୧୦,୫୯୩, ଲାକ୍ଷାଦ୍ୱୀପ୍‌ରେ ମୋଟ୍ ୧୦,୦୫୩ ରହିଥିବା ବେଳେ ଆଣ୍ଡାମାନ୍ ଏବଂ ନିକୋବର ଆଇଲାଣ୍ଡରେ ସଂକ୍ରମଣ ୧୦ ହଜାର ତଳେ ରହିଛି । ଗତ କିଛି ମାସ ମଧ୍ୟରେ ଦେଶରେ କରୋନା ମୃତ୍ୟୁ ବଢ଼ିଥିଲେ ସୁଦ୍ଧା ପ୍ରତମ ଲହର ତୁଳନାରେ ଦ୍ୱିତୀୟ ଲହରରେ ମୃତ୍ୟୁ ହାର କମ୍ ରହିଛି ।

ପ୍ରଥମ ଲହରରେ କରୋନା ମୃତ୍ୟୁ ହାର ୧.୪୧ ପ୍ରତିଶତ ଥିଲା । ତେବେ ମାର୍ଚ୍ଚ ୧ରୁ ଯଦି ଦ୍ୱିତୀୟ ଲହର ଆରମ୍ଭ ହୋଇଛି ବୋଲି ଧରାଯାଏ ତେବେ ଏବେ ସାଢ଼େ ୪ାମସ ମଧ୍ୟରେ କରୋନା ମୃତ୍ୟୁ ହାର ୧.୨୮ ପ୍ରତିଶତ ରହିଛି । ତେଣୁ ପ୍ରଥମ ଲହର ତୁଳନାରେ ଦ୍ୱିତୀୟ ଲହରରେ ମୃତ୍ୟୁ ହାର କମ୍ ରହିଛି । ତେବେ ଦେଶରେ ମୋଟ୍ ମୃତ୍ୟୁ ହାର ୧.୩୩ ପ୍ରତିଶତ । ଜୁଲାଇରେ ମୃତ୍ୟୁ ହାର ୨.୧୨ ପ୍ରତିଶତ ରହିଥିଲା । ଏବଂ ଗତମାସରେ ୩.୦୭ ପ୍ରତିଶତ ଥିଲା । ଚଳିତ ମାସ ତୁଳନାରେ ଗତମାସରେ ମୃତ୍ୟୁହାର ଅôଦକ ଥିଲା । ତଥ୍ୟ ଅନୁଯାୟୀ ମାର୍ଚ୍ଚ ୧ ଠାରୁ ଏଯାବତ୍ ଦେଶରେ ୨,୫୫, ୯୩୨ କରୋନା ମୃତ୍ୟୁ ହୋଇଛି ।

ସେହିପରି ଓଡ଼ିଶାରେ କରୋନାର ‘ଆର୍‌’ (ଅନ୍ୟକୁ ସଂକ୍ରମିତ କରିବାର କ୍ଷମତା) ଭ୍ୟାଲୁକୁ ନେଇ ଚିନ୍ତାଜନକ ହୋଇଛି । ସୁନ୍ଦରଗଡ଼ ଜିଲ୍ଲାରେ ‘ଆର୍‌’ ଭ୍ୟାଲୁ ୧ ଟପିଯାଇଛି । ଗତ ୪ତାରିଖରୁ ୧୫ ତାରିଖ ଭିତରେ ‘ଆର୍‌’ ଭ୍ୟାଲୁ ୧.୧୩ ରହିଛି । ଜୁନ୍ ୩୦ ତାରିଖ ଭିତରେ ଏହା ୦.୮୨ ରହିଥିଲା ବୋଲି ସୂଚନା ଦେଇଛନ୍ତି ଚେନ୍ନାଇସ୍ଥିତ ଇଣ୍ଡିଆନ୍ ମାଥମେଟିକାଲ ସାଇନ୍ସର ପ୍ରଫେସର ସୀତାଭ୍ର ସିହ୍ନା । ସାଧାରଣ ଭାବେ ‘ଆର’ ଭ୍ୟାଲୁ ଯଦି ୧ ଉପରେ ରହିଥାଏ, ତାହାହେଲେ ସେଠାରେ ସଂକ୍ରମଣ ବଢ଼ିବାର ଆଭାସ୍ ମିଳିଥାଏ । ତେଣଉ ଏକମାତ୍ର ଜିଲ୍ଲା ଭାବେ ସୁନ୍ଦରଗଡ଼ରେ ଏହା ୧ ଉପରେ ରହିବା ରାଜ୍ୟରେ କରୋନାର ତୃତୀୟ ଲହରର ସଂକେତ ଦେଉଛି ବୋଲି ଆଶଙ୍କା ପ୍ରକାଶ ପାଇଛି । ପଶ୍ଚିମ ଓଡ଼ିଶା ଜିଲ୍ଲାମାନଙ୍କ ଭିତରେ ସୁନ୍ଦରଗଡ଼ରେ ସର୍ବାଧିକ ଚିକିତ୍ସାଧିନ ରୋଗୀ ରହିଛନ୍ତିି ।

ପ୍ରଫେସର ସିହ୍ନାଙ୍କ ମତରେ , ସୁନ୍ଦରଗଡ଼ରେ ପୁଣିଥରେ ସଂକ୍ରମଣ ବଢ଼ିବା ଆରମ୍ଭ କରିଛି । ଯାହାକି ଚିନ୍ତାଜନକ । ଏହା ସହ ଖୋର୍ଦ୍ଧା ଜିଲ୍ଲାରେ ‘ଆର୍‌’ଭ୍ୟାଲୁ ୧ ପାଖାପାଖବ ରହିଛି । ପୁରୀରେ ୦୮୧, କଟକ ୦.୭୮, ବାଲେଶ୍ୱର ୦.୮୧ ରହିଛି । ଓଡ଼ିଶ।ରେ ଆର୍ ଭ୍ୟାଲୁ ଚଳିତମାସ ୬-୧୫ରିଖ ଭିତରେ ୦.୮୬ ଥିବା ବେଳେ ଜୁନ୍ ୨୨ ଜୁଲାଇ ୫ରେ ୦.୯୪ ଓ ଜୁନ୍ ୮-୨୧ ଭିତରେ ୦.୭୪ ଦେଖିବାୁ ମିଳିଥିବା ସେ କହିଛନ୍ତି । ଓଡ଼ିଶାରେ ବର୍ତ୍ତମାନ ପ୍ରତି ଶହେ ଜଣରେ ୨ଜଣ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ତଥାପି ରାଜ୍ୟରେ ଏବେ ବି ୪ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ଚିନ୍ତାଜନକ ରହିଛି । କଟକ ଓ ଖୋର୍ଦ୍ଧା ଜିଲ୍ଲାରୁ ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟାର ବ୍ରେକ୍ ଲାଗୁନି । ଏହାକୁ ନେଇ ସରକାର ଚିନ୍ତାରେ ପଡ଼ିଯାଇଛନ୍ତି । ଓଡ଼ିଶାରେ ଆଜି ୨ ହଜାର ଉପରକୁ କରୋନା ସଂକ୍ରମଣଙ୍କ ସଂଖ୍ୟା ।

ଆଜି ୨ ହଜାର ୨୧୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନ୍‌ରୁ ୧୨୭୨ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ୍ ୯୪୩ ରହିଛି । ଆଜି ଚିହ୍ନଟ ହୋଇଥିବା ସଂଖ୍ୟା ଯଥା – ଅନୁଗୁଳ-୮୯, ବାଲେଶ୍ୱର-୧୫୦, ବରଗଡ଼-୧୪, ଭଦ୍ରକ-୭୮, ବଲାଙ୍ଗୀର -୧୮, ବୌଦ୍ଧ -୧୬, କଟକ-୩୪୮, ଦେବଗଡ଼-୧, ଢ଼େଙ୍କାନାଳ – ୫୪, ଗଜପତି-୧୭, ଗଞ୍ଜାମ-୧୨, ଜଗତସିଂହପୁର – ୧୨୬, ଯାଜପୁର – ୧୨୪, ଝାରସୁଗୁଡ଼ା – ୧୦, କଳାହାଣ୍ଡି – ୫, କନ୍ଧମାଳ – ୧୪, କେନ୍ଦ୍ରାପଡ଼ା -୯୫, କେନ୍ଦୁଝର-୪୨, ଖୋର୍ଦ୍ଧା – ୪୮୩, କୋରାପୁଟ – ୧୦, ମାଲକାନଗିରି – ୨୫, ମୟୁରଭଞ୍ଜ-୯୯, ନବରଙ୍ଗପୁର -୪, ନୟାଗଡ଼-୬୯, ନୂଆପଡ଼ା – ୫, ପୁରୀ – ୮୪, ରାୟଗଡ଼ା – ୨୯, ସମ୍ବଲପୁର – ୪୧, ସୁବର୍ଣ୍ଣପୁର – ୧୦, ସୁନ୍ଦରଗଡ଼- ୪୩, ଷ୍ଟେପୁଲ୍‌ରୁ – ୧୦୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୯ଲକ୍ଷ ୫୪ ହଜାର ୩୨୬କୁ ବୃଦ୍ଧିପାଇଛି । ବର୍ତ୍ତମାନ ରାଜ୍ୟରେ ୨୧, ୨୮୯ ଆକ୍ରାନ୍ତ ବିଭିନ୍ନ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି । ରାଜ୍ୟରେ ସୁସ୍ଥ ହେଲେଣି ୯ଲକ୍ଷ ୨୭ ହଜାର ୯୨୬ ।

ଅନ୍ୟପଟେ ରାଜ୍ୟରେ ୫ହଜାର ଟପିଲା କରୋନାଜନିତ ମୃତ୍ୟୁ ସଂଖ୍ୟା । ରାଜ୍ୟରେ ଆଉ ୬୬ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏଡାକୁ ମିଶାଇ ରାଜ୍ୟରେ ମୋଟ୍ ମୃତ୍ୟୁ ସଂଖ୍ୟା ୫ହଜାର ୫୮କୁ ବୃଦ୍ଧିପାଇଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୩ ଆକ୍ରାନ୍ତଙ୍କ ମୃତ୍ୟୁ । ଗଞ୍ଜାମରୁ -୮, ମୟୁରଭଞ୍ଜରୁ ଓ ସୁନ୍ଦରଗଡ଼ରୁ -୬, ବୌଦ୍ଧ -୫, ବରଗଡ଼ ଓ ନୟାଗଡ଼ରୁ -୩ଝର ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ସେହିପରି ଗଜପତି, କେନ୍ଦ୍ରାପଡ଼ା ଓ ପୁରୀରୁ ୨ଜଣ ଲେଖାଏଁ, ଭଦ୍ରକ, ବଲାଙ୍ଗୀର, ରାୟଗଡ଼ାରୁ ଜଗତସିଂପୁର, ଯାଜପୁର, ଓ କନ୍ଧମାଳରୁ ଜଣେ ଲେଖାଏଁ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking