34.1 C
Bhubaneswar
Friday, March 29, 2024
Homeଦେଶ ବିଦେଶ୭ ରାଜ୍ୟରେ ପଜିଟିଭ୍ ହାର ୧୦% ଉପରେ

୭ ରାଜ୍ୟରେ ପଜିଟିଭ୍ ହାର ୧୦% ଉପରେ

ନୂଆଦିଲ୍ଲୀ : ଦେଶରେ ଗତ ସପ୍ତାହ ହେବ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୫୦ ହଜାର ତଳକୁ ରହୁଛି । ଗତ ୨୪ ଘଣ୍ଟା ମଧ୍ୟରେ ୩୭ ହଜାର ୧୫୪ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୭୨୪ଜଣଙ୍କର ମୃତ୍ୟୁ ହୋଇଛି । ଗୋଟିଏ ଦିନରେ ୪୫ହଜାର ୦୮୯୯ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ମୋଟ୍ ସୁସ୍ଥ ସଂଖ୍ୟା ୨, ୯୯, ୭୫, ୦୬୪କୁ ପହଞ୍ଚିଛି । ଦେଶରେ ପୁନରୁଦ୍ଧାର ହାର ବର୍ତ୍ତମାନ ୯୭.୨୨ ପ୍ରତିଶତକୁ ବୃଦ୍ଧିପାଇଛି । କରୋନାରେ ବର୍ତ୍ତମାନ ସୁଦ୍ଧା ୪,୦୮,୭୬୪ ଜୀବନ ନେଲାଣି । ସୁସ୍ଥ ହାର ୯୭.୨%କୁ ବୃଦ୍ଧି ପାଇଛି । ମୃତ୍ୟୁ ହାର ୧.୪୭% ରହିଛି । ଏବେ ଦେଶରେ ୪, ୫୪, ୧୧୮ ଚିକିତ୍ସାଧିନ ଅଛନ୍ତି । ଯାହା ମୋଟ ସଂକ୍ରମିତଙ୍କର ୧. ୪୭% । ମହାରାଷ୍ଟ୍ର ଓ କେରଳକୁ ବାଦ୍ ଦେଲେ ଅନ୍ୟ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ୧ଲକ୍ଷରୁ କମ୍ ସକ୍ରିୟ ମାମଲା ରହିଛି । ମହାରାଷ୍ଟ୍ରରେ ୧, ୧୭, ୨୭୦ ସକ୍ରିୟ ରୋଗୀ ଥିବାବେଳେ କେରଳରେ ୧,୧୫, ୭୦୬ ସକ୍ରିୟ ରୋଗୀ ଅଛନ୍ତି ।

୫ ରାଜ୍ୟ କେରଳ, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ତାମିଲନାଡୁ ଓ ଆସାମ୍‌ରେ ୭୩.୭୬% ନୂଆ ପଜିଟିଭ୍ ମାମଲା ଆସିଛି । କେବଳ କେରଳରେ ଦେଶରେ ୩୪% ନୂଆ ସଂକ୍ରମିତ ଅଛନ୍ତି । ମହାରାଷ୍ଟ୍ରରେ ଗୋଟିଏ ଦିନରେ ୪୯୪ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ କେରଳରେ ଦୈନିକ ମୃତ୍ୟୁ ସଂଖ୍ୟା ୧୦୯ ରହିଛି । ବର୍ତ୍ତମାନ ସୁଦ୍ଧା ସମୁଦାୟ ୪୩କୋଟି ନମୂନା ପରୀକ୍ଷା କରାଗଲାଣି । ଗତ ୨୪ ଘଣ୍ଟାରେ ୧୮.୪ ଲକ୍ଷ ନମୂନା ପରୀକ୍ଷା ହୋଇଛି । ସପ୍ତାହିକ ପଜିଟିଭ୍ ହାର ୨.୩୨% ଥିବାବେଳେ ଦୈନିକ ପଜିଟିଭ୍ ହାର ୨.୨୫% ରହିଛଇ । ଲଗାତାର୍ ୨୦ ଦିନ ହେବ ଦୈନିକ ପଜିଟିଭ୍ ହାର ୩% ତଳେ ରହୁଛି । ୨ମାସରୁ ଅଧିକ ଦିନ ହେବ ଦୈନିକ ପଜିଟିଭ୍ ହାର କମିଚାଲିଛି । ଶେଷଥର ପାଇଁ ଜୁନ୍ ୮ରେ ପଜିଟିଭ୍ ହାର ୬% ପାଖାପାଖି ଥିଲା । ସେବେ ଠାରୁ ପିଜିଟିଭ୍ ହାର ନିମ୍ନ ମୁହାଁ ଅଛି । ତେବେ ରାଜସ୍ଥାନ କେରଳ, ମହାରାଷ୍ଟ୍ର, ତାମିଲନାଡୁ, ପଶ୍ଚିମବଙ୍ଗ, ଉତ୍ତରାଖଣ୍ଡ ଏବଂ ହିମାଚଳପ୍ରଦେଶ ଭଳି ୭ ରାଜ୍ୟରେ ପଜିଟିଭ୍ ହାର ଏବେ ବି ୧୦% ଉପରେ ରହିଛି ।

ସଂକ୍ରମଣକୁ ଦୃଷ୍ଟିରେ ରଖି ପଶ୍ଚିମବଙ୍ଗ, ହିମାଚଳପ୍ରଦେଶ, ଝାଡ଼ଖଣ୍ଡ, ଓଡ଼ିଶା, ତାମିଲନାଡୁ, ମିଜୋରାମ୍‌, ଗୋଆ ଓ ପୁଡ଼ୁଚେରୀରେ କିଛି ଅଞ୍ଚଳରେ ଲକ୍‌ଡାଉନ୍ ଭଳି କଟକଣା ଲାଗୁ କରାଯାଇଛି । ସେହିଭଳି ୨୩ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର କିଛି ସ୍ଥାନରେ ଆଂଶିକ ଲକ୍‌ଡାଉନ୍ ଲାଗୁ କରାଯାଇଛି । ଦେଶବ୍ୟାପି ଗତ ୨୪ ଘଣ୍ଟା ମଧ୍ୟରେ ୩୭.୨୩ ଲକ୍ଷ ଲୋକଙ୍କୁ କରୋନା ଟିକା ଦିଆଯାଇଛି । ଏଯାବତ୍ ମୋଟ୍ ୩୭.୬କୋଟି ଡୋଜ୍ ଟିକା ଦିଆଗଲାଣି । ୧୮ବର୍ଷରୁ ୪୪ବର୍ଷ ମଧ୍ୟରେ ୩୭,୦୧,୬୯୨ ଜଣ ଉଭୟ ଡୋଜ୍ ଟିକା ନେଇଥିବା ବେଳେ ୧୧,୧୮,୧୯,୫୭୦ ଜଣ କେବଳ ପ୍ରଥମ ଡୋଜ୍ ନେଇଛନ୍ତି । ଆସିଏମ୍‌ଆର୍ ତଥ୍ୟ ଅନୁଯାୟୀ, ୧୪ଲକ୍ଷ ୩୨ ହଜାର ୩୪୩ ନମୂନା ପରୀକ୍ଷା କରାଯାଇଥିଲା । ଯାହା ଫଳରେ ମୋଟ୍ ୪୩ କୋଟି ୨୩ଲକ୍ଷ ୧୭ ହଜାର ୮୧୩ ନମୂନା ପରୀକ୍ଷା କରାଯାଇଛି ।

ସେହିପରି ଓଡ଼ିଶାରେ କରୋନା ସଂକ୍ରମିତଙ୍କ ସଂଖ୍ୟା କମିବା ସହିତ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧିପାଇଛିି । ଓଡ଼ିଶାରେ ବର୍ତ୍ତମାନ ପ୍ରତି ଶହେ ଜଣରେ ୨ଜଣ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ତଥାପି ରାଜ୍ୟରେ ଏବେ ବି ୪ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ଚିନ୍ତାଜନକ ରହିଛି । କଟକ ଓ ଖୋର୍ଦ୍ଧା ଜିଲ୍ଲାରୁ ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟାର ବ୍ରେକ୍ ଲାଗୁନି । ଏହାକୁ ନେଇ ସରକାର ଚିନ୍ତାରେ ପଡ଼ିଯାଇଛନ୍ତି । ଓଡ଼ିଶାରେ ଆଜି ୨ ହଜାର ତଳକୁ ଖସିଲା କରୋନା ସଂକ୍ରମଣଙ୍କ ସଂଖ୍ୟା । ଆଜି ୧୯୯୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନ୍‌ରୁ ୧୧୫୪ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ୍ ୮୩୯ ରହିଛି । ଗତକାଲି ୨୨୮୨ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ସେଥିମଧ୍ୟରୁ ୧୩୧୫ ଜଣ କ୍ୱାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ ୯୬୭ଜଣ ଆକ୍ରାନ୍ତ ସ୍ଥାନୀୟ ମାମଲା ଥିଲା ।

୯ତାରିଖରେ ୨୩୩୪ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଆଜି ଚିହ୍ନଟ ହୋଇଥିବା ସଂଖ୍ୟା ଯଥା – ଅନୁଗୁଳ-୫୮, ବାଲେଶ୍ୱର-୧୮୧, ବରଗଡ଼-୧୯, ଭଦ୍ରକ-୮୬, ବଲାଙ୍ଗୀର -୧୩, ବୌଦ୍ଧ -୧୦, କଟକ-୨୯୭, ଦେବଗଡ଼-୫, ଢ଼େଙ୍କାନାଳ – ୪୪, ଗଜପତି-୫, ଗଞ୍ଜାମ-୧୩, ଜଗତସିଂହପୁର – ୮୯, ଯାଜପୁର – ୧୪୧, ଝାରସୁଗୁଡ଼ା – ୧୦, କଳାହାଣ୍ଡି – ୮, କନ୍ଧମାଳ – ୧୩, କେନ୍ଦ୍ରାପଡ଼ା -୨୯, କେନ୍ଦୁଝର-୩୫, ଖୋର୍ଦ୍ଧା – ୩୨୨, କୋରାପୁଟ – ୩୧, ମାଲକାନଗିରି – ୪୨, ମୟୁରଭଞ୍ଜ-୧୧୦, ନବରଙ୍ଗପୁର -୧୫, ନୟାଗଡ଼-୭୮, ନୂଆପଡ଼ା – ୬, ପୁରୀ – ୧୪୪, ରାୟଗଡ଼ା – ୨୪, ସମ୍ବଲପୁର – ୧୪, ସୁବର୍ଣ୍ଣପୁର – ୧୭, ସୁନ୍ଦରଗଡ଼- ୭୫, ଷ୍ଟେପୁଲ୍‌ରୁ – ୫୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୯ଲକ୍ଷ ୪୧ ହଜାର ୭୪୫କୁ ବୃଦ୍ଧିପାଇଛି । ବର୍ତ୍ତମାନ ରାଜ୍ୟରେ ୨୪, ୫୬୭ ଆକ୍ରାନ୍ତ ବିଭିନ୍ନ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି । ରାଜ୍ୟରେ ସୁସ୍ଥ ହେଲେଣି ୯ଲକ୍ଷ ୧୨ ହଜାର ୪୬୩ ।

 

ଅନ୍ୟପଟେ ରାଜ୍ୟରେ ଆଉ ୬୩ ସଂକ୍ରମିତଙ୍କ ଜୀବନ ନେଇଛି ମହାମାରୀ କରୋନା । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୩ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ବରଗଡ଼ରୁ -୭, ମୟୁରଭଞ୍ଜରୁ -୬, ଗଞ୍ଜାମ ଓ ପୁରୀରୁ ୫, ଢ଼େଙ୍କାନାଳ ଓ କେନ୍ଦ୍ରାପଡ଼ାରୁ ୪, ବୌଦ୍ଧ, ଯାଜପୁର ଓ ନୟାଗଡ଼ରୁ ୩, ବାଲେଶ୍ୱର, ଜଗତସିଂହପୁର ଓ କେନ୍ଦୁଝରରୁ ୨, ଅନୁଗୁଳ, ବଲାଙ୍ଗୀର, ଗଜପତି, କନ୍ଧମାଳରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ରାଜ୍ୟରେ କରୋନାଜନିତ ମୋଟ୍ ମୃତ୍ୟୁ ସଂଖ୍ୟା ୪ହଜାର ୬୬୨କୁ ବୃଦ୍ଧିପାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking