23.1 C
Bhubaneswar
Monday, January 24, 2022
Homeକରୋନାଦେଶରେ ୨୪ ଘଣ୍ଟାରେ ୧ ଲକ୍ଷ ୬୫ ହଜାର ୫୫୩ ଜଣ ଆକ୍ରାନ୍ତ ଚିହ୍ନଟ

ଦେଶରେ ୨୪ ଘଣ୍ଟାରେ ୧ ଲକ୍ଷ ୬୫ ହଜାର ୫୫୩ ଜଣ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ : ଦେଶରେ କରୋନାର ପ୍ରକୋପ ଜାରି ରହିଛି । ତେବେ ଉଭୟ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ଗତକାଲି ଅପେକ୍ଷା ସାମାନ୍ୟ ହ୍ରାସ ପାଇଥିବା ଜଣାପଡ଼ିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୩୪୬୦ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୨୫ ହଜାର ୯୭୨କୁ ବୃଦ୍ଧି ପାଇଛି । ଦିନକରେ ୧ ଲକ୍ଷ ୬୫ ହଜାର ୫୫୩ ଜଣ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୭୮ ଲକ୍ଷ ୯୪ ହଜାର ୮୦୦କୁ ବୃଦ୍ଧି ପାଇଛି । ତେବେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨୧ ଲକ୍ଷ ୧୪ ହଜାର ୫୦୮ ଜଣ ରହିଥିବା ବେଳେ ସୁସ୍ଥ ସଂଖ୍ୟା ୨ କୋଟି ୫୪ ଲକ୍ଷ ୫୪ ହଜାର ୩୨୦ରେ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ୨୧ କୋଟି ୨୦ ଲକ୍ଷ ୬୬ହଜାର ୬୧୪ ଜଣଙ୍କୁ ଟିକା ପ୍ରଦାନ କରାଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking