38.1 C
Bhubaneswar
Tuesday, April 23, 2024
Homeଓଡିଶାବଡ ଖବର: ରାଜ୍ୟରୁ ଗୋଟିଏ ଦିନରେ ୨୬୧୭ ପଜିଟିଭ ଚିହ୍ନଟ

ବଡ ଖବର: ରାଜ୍ୟରୁ ଗୋଟିଏ ଦିନରେ ୨୬୧୭ ପଜିଟିଭ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟ ପାଇଁ ରହିଛି ଏକ ଆଶ୍ୱସ୍ତିକର ଖବର । ରାଜ୍ୟରେ ଏବେ ସଂକ୍ରମିତଙ୍କ ସଂଖ୍ୟା କମିବାକୁ ଲାଗିଛି । ଆଜି ୩ ହଜାର ତଳକୁ ରହିଛି ସଂକ୍ରମିତଙ୍କ ସଂଖ୍ୟା । ଆଜି ପୁଣି ୩୦ ଜିଲ୍ଲାରୁ ୨୬୧୭ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୫୨୧ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୧୦୯୬ଜଣ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨,୩୫,୩୩୦ କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଆଜି ଖୋର୍ଦ୍ଧାରୁ ସର୍ବାଧିକ ୫୦୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି ବରଗଡରୁ ୧୪୮, କଟକରୁ ୧୩୬, ବଲାଙ୍ଗିରରୁ ୧୦୯, କେନ୍ଦ୍ରାପଡାରୁ ୧୩୨, କେନ୍ଦୁଝରରୁ ୧୦୭, ମୟୂରଭଞ୍ଜରୁ ୧୦୧, ପୁରୀରୁ ୭୯, ସମ୍ବଲପୁରରୁ ୧୦୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୨୩୫୩୩୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୩୨୦୫୧ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୨୦୨୩୦୨ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୩୪୮୨୪୦୨ଟି ସାମ୍ପୁଲ ଟେଷ୍ଟ୍ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking