34.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗବଡ଼ ଖବର : ରାଜ୍ୟରେ ଆଜି ଆଉ ୩୬୧୫ ପଜିଟିଭ ଚିହ୍ନଟ

ବଡ଼ ଖବର : ରାଜ୍ୟରେ ଆଜି ଆଉ ୩୬୧୫ ପଜିଟିଭ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ଦିନୁ ଦିନ ବଢିବାରେ ଲାଗିଛି । ଆଜି ପୁଣି ୩୬୧୫ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୨୧୧୮ କ୍ୱାରେଣ୍ଟାଇନ କେନ୍ଦ୍ରରୁ ଓ ଅନ୍ୟ ୧୪୯୭ ଜଣ ଲୋକାଲ କେସ୍ ବୋଲି ଜଣାପଡ଼ିଛି । ଏଥିସହ ଏବେ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୨୨ ହଜାର ୭୩୪କୁ ବୃଦ୍ଧି ପାଇଛି । ଏବେ ୩୬ ହଜାର ୧୧୨ ଜଣ ସକ୍ରିୟ ରୋଗୀ ଭାବେ ଚିକିତ୍ସିତ ହେଉଛନ୍ତି । ସେଥିମଧ୍ୟରୁ ୧,୮୫,୭୦୦ ଜଣ କରୋନାକୁ ହରାଇ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସୂଚନା ଅନୁଯାୟୀ, ଆଜି ଚିହ୍ନଟ ହୋଇଥିବା ୩୬୧୫ ଆକ୍ରାନ୍ତ ସମସ୍ତ ୩୦ ଜିଲ୍ଲା ଓ ଷ୍ଟେଟ ପୁଲ୍ ରୁ ଚିହ୍ନଟ ହୋଇଛନ୍ତି । ଖୋଦ୍ଧା ଜିଲ୍ଲାରୁ ସର୍ବାଧିକ ୬୭୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଟକରୁ ୩୭୧ , ଷ୍ଟେଟପୁଲ୍‌ରୁ ୨୪୦, ପୁରୀରୁ ୧୯୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏନେଇ ଆଜି ସୂଚନା ଓ ଲୋକ ସଂପର୍କ ବିଭାଗ ତରଫରୁ ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking