29.4 C
Bhubaneswar
Thursday, April 18, 2024
Homeଓଡିଶାରାଜ୍ୟରେ ଆଉ ୬୧୮ କରୋନା ଆକ୍ରାନ୍ତ ଚିହ୍ନଟ , ମୋଟ ସଂଖ୍ୟା ୧୪୮୯୮ କୁ ବୃଦ୍ଧି

ରାଜ୍ୟରେ ଆଉ ୬୧୮ କରୋନା ଆକ୍ରାନ୍ତ ଚିହ୍ନଟ , ମୋଟ ସଂଖ୍ୟା ୧୪୮୯୮ କୁ ବୃଦ୍ଧି

ଭୁବନେଶ୍ୱର : କରୋନା ସଂକ୍ରମଣରେ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢିଚାଲିଛି । ଆଜି ରାଜ୍ୟରେ ୨୨ ଜିଲ୍ଲାରୁ ନୂଆ ୬୧୮ଟି ପଜିଟିଭ କେସ୍ ଚିହ୍ନଟ ହୋଇଛି । ସେଥିମଧ୍ୟରୁ ୪୧୧ଜଣ କ୍ୱାରେଣ୍ଟାଇନ କେନ୍ଦ୍ରରୁ ଓ ଅନ୍ୟ ୨୦୭ଜଣ ସ୍ଥାନୀୟ ସଂକ୍ରମଣ ବୋଲି ଜଣାପଡ଼ିଛି । ଆଜିର ଚିହ୍ନଟ ହୋଇଥିବା ସଂଖ୍ୟାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୪୮୯୮କୁ ବୃଦ୍ଧି ପାଇଛି । ସେଥିମଧ୍ୟରୁ ୯୮୬୪ ଜଣ ସୁସ୍ଥ ହୋଇଛନ୍ତି । ୭୭ଜଣ ସଂକ୍ରମିତଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୪୯୩୩ ଜଣ ବିଭିନ୍ନ କୋଭିଡ଼ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।



ଆଜି ଗଞ୍ଜାମରୁ ସର୍ବାଧିକ ୨୮୬ଜଣ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ୧୦୭ଜଣ ,ବାଲେଶ୍ୱରରୁ ୬୧ ଜଣ; ବୌଦ୍ଧ, ବଲାଙ୍ଗୀର ,ଢେଙ୍କାନାଳରୁ ୨ ଜଣ ଲେଖାଏଁ;ଜଗତସିଂହପୁରରୁ ୨୬ଜଣ, ମୟୁରଭଞ୍ଜରୁ ୨୧ଜଣ, କଟକ ୧୬ଜଣ , ସୁନ୍ଦରଗଡ଼,ନୟାଗଡ଼ରୁ ୧୫ଜଣ ଲେଖାଏଁ ,ଅନୁଗୁଳରୁ ୧୪ ଜଣ , ମାଲକାନଗିରିରୁ ୧୩ଜଣ , ସମ୍ବଲପୁରରୁ ୧୦ଜଣ , କେନ୍ଦ୍ରାପଡ଼ାରୁ ୯ଜଣ ;ଯାଜପୁର, ପୁରୀ ଓ କେନ୍ଦୁଝରରୁ ୫ଜଣ ଲେଖାଏଁ;ଝାରସୁଗୁଡ଼ା,ଭଦ୍ରକ, ରାୟଗଡ଼ାଓ କୋରାପୁଟରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking