34.1 C
Bhubaneswar
Friday, March 29, 2024
Homeକରୋନାକରୋନା ଭାଇରସ୍ : ଭାରତରେ ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି

କରୋନା ଭାଇରସ୍ : ଭାରତରେ ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି

ନୂଆଦିଲ୍ଲୀ : ବୁଧବାର ବିଳମ୍ବିତ ରାତ୍ରିରେ ତାମିଲନାଡୁ ରାଜ୍ୟର ଏକ ସରକାରୀ ଡାକ୍ତରଖାନାରେ ଜଣେ କରୋନଭାଇରସ୍ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ଟୁଇଟ୍ କରି ଏ କଥା ଜଣାଇଛନ୍ତି ତାମିଲନାଡୁର ସ୍ୱାସ୍ଥ୍ୟ ମନ୍ତ୍ରୀ ସି ବିଜୟଭାସ୍କର । ଏହାକୁ ମିଶାଇ ଭାରତରେ “କୋଭିଡ୍-୧୯’ଜନିତ ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି । ବିଜୟଭାସ୍କର କହିଛନ୍ତି ଯେ ତାମିଲନାଡୁର ରାଜାଜୀ ହସ୍ପିଟାଲରେ ଉକ୍ତ ୫୪ ବର୍ଷିୟ ରୋଗୀଙ୍କର ମୃତ୍ୟୁ ଘଟିଛି । ସେ ଦୀର୍ଘଦିନ ହେବ “ସିଓପିଡି’ରେ ଫୁସ୍ଫୁସ୍ ସଂକ୍ରମଣଜନିତ ରୋଗ ଆକ୍ରାନ୍ତ ଥାଇ ଷ୍ଟେରଏଡ୍ ଔଷଧ ଉପରେ ନିର୍ଭରଶୀଳ ଥିଲେ । ତାଙ୍କର ହାଇପରଟେନ୍ସନ୍ ସହ ମଧୁମେହ ରୋଗ ମଧ୍ୟ ନିୟନ୍ତ୍ରଣରେ ନ ଥିଲା ।
https://onakhabar.com/2020/03/25/corona-virus-dead-10-in-india/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking