27.8 C
Bhubaneswar
Friday, April 19, 2024
Homeବ୍ରେକୀଙ୍ଗକରୋନା ଚିକିତ୍ସାରେ ଷ୍ଟେରଏଡ

କରୋନା ଚିକିତ୍ସାରେ ଷ୍ଟେରଏଡ

ଭୁବନେଶ୍ୱର : ଏଣିକି କରୋନା ଚିକିତ୍ସା ପାଇଁ ବ୍ୟବହାର ହୋଇପାରିବ ଷ୍ଟେରଏଡ । କେବଳ ଗୁରୁତର ଓ ସଙ୍କାଟପନ୍ନ ରୋଗୀଙ୍କ ପାଇଁ ଏହାର ବ୍ୟବହାର ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ବା ଡବ୍ଲୁଏଚଓ ପରାମର୍ଶ ଦେଇଛି । ଷ୍ଟେରଏଡ ବ୍ୟବହାର ନେଇ ସ୍ୱତନ୍ତ୍ର ଗାଇଡଲାଇନ ଜାରି କରିଛି ଡବ୍ଲୁଏଚଓ । ତେବେ ସାଧାରଣ କରୋନା ରୋଗୀଙ୍କ ପାଇଁ ଏହା ଘାତକ ହୋଇପାରେ ବୋଲି ଡବ୍ଲୁଏଚଓ ଚେତାବନୀ ଦେଇଛି ।

ସୂଚନା ଯୋଗ୍ୟ, ରାଜ୍ୟରେ ଦିନକୁ ଦିନ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ପୁଣି ୩୦ ଜିଲ୍ଲାରୁ ସର୍ବାଧିକ ୩୬୩୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୨୨୧୪ ଜଣ କ୍ୱାରେଣ୍ଟାଇନ କେନ୍ଦ୍ରରୁ ଓ ୧୪୧୭ ଜଣ ସ୍ଥାନୀୟ ମାମଲା ଭାବେ ଚିହ୍ନଟ ହୋଇଛନ୍ତି । ଏଥିସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧୩୪୧୧କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ତରଫରୁ ସୂଚନା ମିଳିଛି ।

ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭୨୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।କଟକରୁ ୩୭୦, ମୟୁରଭଞ୍ଜରୁ ୩୬୫, ବରଗଡ଼ରୁ ୨୩୮, ଭଦ୍ରକରୁ ୧୮୬, ପୁରୀରୁ ୧୫୭, ଯାଜପୁରରୁ ୧୨୭, ବାଲେଶ୍ୱରରୁ ୧୧୪, ରାୟଗଡ଼ାରୁ ୧୧୧, ଗଞ୍ଜାମରୁ ୧୦୭, ନୟାଗଡ଼ରୁ ୧୦୦, ସୁନ୍ଦରଗଡ଼ରୁ ୯୫, କୋରାପୁଟରୁ ୯୩, କେନ୍ଦ୍ରାପଡ଼ାରୁ ୮୫, କେନ୍ଦୁଝରରୁ ୮୦, ଝାରସୁଗୁଡ଼ାରୁ ୮୦, ଜଗତସିଂହପୁରରୁ ୭୯, ସମ୍ବଲପୁରରୁ ୬୮, ଢ଼େଙ୍କାନାଳରୁ ୫୬, ମାଲକାନଗିରିରୁ ୫୫, ସୋନପୁରରୁ ୫୦, ନୂଆପଡ଼ାରୁ ୪୯, ନବରଙ୍ଗପୁରରୁ ୪୬, କନ୍ଧମାଳରୁ ୪୪, ଅନୁଗୁଳରୁ ୪୧, ବଲାଙ୍ଗୀରରୁ ୩୯, ବୌଦ୍ଧରୁ ୨୭, କଳାହାଣ୍ଡିରୁ ୨୭, ଦେଓଗଡ଼ରୁ ୧୧, ଗଜପତିରୁ ୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଏବେ ରାଜ୍ୟରେ ମୋଟ ୧୧୩୪୧୧ ପଜିଟିଭ କେସ୍ ଚିହ୍ନଟ ହୋଇଥିବା ବେଳେ ୫୨୨ଜଣଙ୍କର ମୃତ୍ୟୁ ହୋଇଛି । ୮୪୦୭୩ ଜଣ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଅନ୍ୟ ୨୮୭୬୩ ଜଣ ଏବେ ବି ଚିକିତ୍ସିତ ଅବସ୍ଥାରେ ଅଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking