ଆଜିଠାରୁ ୭ଦିନ ବନ୍ଦ ରହିବ କନ୍ଧମାଳ ଜିଲ୍ଲା ରାଇକିଆ ଅଞ୍ଚଳର ସମସ୍ତ ଦୋକାନ ବଜାର

ଭୁବନେଶ୍ୱର: ରାଜ୍ୟରେ ଏବେ ବି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି । ଏହା ଥମିବାର ନାଁ ନେଉନାହିଁ । ପ୍ରତିଦିନ ଶହ ଶହ ସଂଖ୍ୟାରେ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଏହି ପରିପ୍ରେକ୍ଷୀରେ କନ୍ଧମାଳ ଜିଲ୍ଲାରେ ବି ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ସଂକ୍ରମଣରେ ରୋକ ଲଗାଇବା ପାଇଁ ଆଜିଠାରୁ ୭ ଦିନ ପର୍ଯ୍ୟନ୍ତ ସମସ୍ତ ଦୋକାନବଜାର ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ତେଣୁ ବିଭିନ୍ନ ଜିଲ୍ଲାରେ ଭିନ୍ନ ଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି । ଏହାରି ମଧ୍ୟରେ କନ୍ଧମାଳ ଜିଲ୍ଲା ରାଇକିଆ ଅଞ୍ଚଳରେ ବର୍ତ୍ତମାନ ବହୁ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଏହିସବୁ ସ୍ଥିତିକୁ ଦୃଷ୍ଟିରେ ରଖି ବିଭିନ୍ନ ସଂଗଠନ ତରଫରୁ ଆଜିଠାରୁ ୭ଦିନ ପାଇଁ ରାଇକିଆ ଅଞ୍ଚଳର ସମସ୍ତ ଦୋକାନ ବଜାର ବନ୍ଦ ରଖିବାକୁ ଅନୁରୋଧ କରାଯାଇଛି । ଏନେଇ ସେହି ଅଞ୍ଚଳରେ ଦୋକାନ ବଜାର ବନ୍ଦ ରଖିବାକୁ ମଧ୍ୟ ପ୍ରଚାର କରାଯାଇଛି ।

LEAVE A REPLY

Please enter your comment!
Please enter your name here