32.1 C
Bhubaneswar
Thursday, March 28, 2024
Homeବ୍ରେକୀଙ୍ଗ୩ ଦିନ ପାଇଁ ବନ୍ଦ ହେଲା ବୁର୍ଲା ଭିମସାରର କୋଭିଡ଼-୧୯ ପରୀକ୍ଷଣ ଲ୍ୟାବ

୩ ଦିନ ପାଇଁ ବନ୍ଦ ହେଲା ବୁର୍ଲା ଭିମସାରର କୋଭିଡ଼-୧୯ ପରୀକ୍ଷଣ ଲ୍ୟାବ

ବୁର୍ଲା: ବୁର୍ଲା ଭିମସାରରେ କରୋନା ସ୍ଥିତି ଜଟିଳ ହେବାକୁ ବସିଲାଣି। ବୁର୍ଲା ଭିମସାରର ଡ଼ାକ୍ତର, ସେବିକା, କର୍ମଚାରୀ ଏବଂ ତାଙ୍କ ପରିବାର ବର୍ଗ କରୋନା ସଂକ୍ରମିତ ହେବା ପ୍ରକ୍ରିୟା ଜାରି ରହିଛି। ସେପଟେ ପୁଣି ବୁର୍ଲା ଭିମସାରର କୋଭିଡ଼-୧୯ ପରୀକ୍ଷଣ କେନ୍ଦ୍ରର ଜଣେ ଲ୍ୟାବ୍- ଟେକ୍ନିସିଆନ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ କୋଭିଡ଼-୧୯ ପରୀକ୍ଷଣ ଲାବ ଏବଂ ମାଇକ୍ରୋଲୋଜି ବିଭାଗକୁ ଆଗାମୀ ଆଗାମୀ ୩ ଦିନ ପାଇଁ ବନ୍ଦ କରାଯିବା ପାଇଁ ମାଇକ୍ରୋବାୟୋଲୋଜି ବିଭାଗ ରତଫରୁ ନିର୍ଦ୍ଦେଶନାମା ଜାରି କରାଯାଇଛି।  ଏହି ମାଇକ୍ରୋବାୟୋଲୋଜି ବିଭାଗରେ ରହିଥିବା କୋଭିଡ଼-୧୯ ପରୀକ୍ଷଣ କେନ୍ଦ୍ରର ଜଣେ ଲ୍ୟାବ୍- ଟେକ୍ନିସିଆନ କରୋନା ଲକ୍ଷଣ ଦେଖାଦେବା ପରେ ଜରୁରୀକାଳିନ ଭିତ୍ତିରେ ତାଙ୍କର ସ୍ୱାବ ସଂଗୃହିତ କରାଯାଇ କୋଭିଡ଼-୧୯ ପରୀକ୍ଷଣ କେନ୍ଦ୍ରରେ ପରୀକ୍ଷା କରାଯିବା ପରେ ସେ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା।  ଏହି ପରିପେକ୍ଷିରେ ଭିମସାରର ମେଡ଼ିକାଲ କଲେଜର ମାଇକ୍ରୋବାୟୋଲୋଜି ବିଭାଗୀୟ ମୁଖ୍ୟଙ୍କ ତରଫରୁ ମାଇକ୍ରୋବାୟୋଲୋଜି ବିଭାଗ ସହିତ କୋଭିଡ଼-୧୯ ପରୀକ୍ଷଣ ଲାବକୁ ମଧ୍ୟ ଆଗାମି ତିନି ଦିନ ଅଗଷ୍ଟ ମାସ ୩୦ ତାରିଖରୁ ସେପ୍ଟେମ୍ବର ମାସ ୧ ତାରିଖ ବନ୍ଦ ରଖାଯିବା ପାଇଁ ଚିଠି ସଂଖ୍ୟା ୩୬୪ ମାଧ୍ୟମରେ ନିର୍ଦ୍ଦେଶନାମା ଜାରି କରାଯାଇଛି । ସେପଟେ ଭିମସାରର କୋଭିଡ଼-୧୯ ପରୀକ୍ଷଣ କେନ୍ଦ୍ର ବନ୍ଦ ହେବା ପରିପେକ୍ଷିରେ ଭିମସାର ହସପିଟାଲରେ ଆଣ୍ଟିଜେନ କୋଭିଡ଼ ପରୀକ୍ଷା କରାଯିବ ଏବଂ ଜରୁରୀସ୍ଥଳେ ଆରଟିପିସିଆର ପରୀକ୍ଷା ପାଇଁ ସ୍ୱାବ କଟକ ମେଡ଼ିକାଲକୁ ପ୍ରେରିତ କରାଯିବ ବୋଲି ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking