40.1 C
Bhubaneswar
Thursday, April 25, 2024
Homeକରୋନାୟୁପିରେ କରୋନା ଭାଇରସର 'କପ୍ପା ଭାରିଏଣ୍ଟ'

ୟୁପିରେ କରୋନା ଭାଇରସର ‘କପ୍ପା ଭାରିଏଣ୍ଟ’

ନୂଆଦିଲ୍ଲୀ: ଉତ୍ତରପ୍ରଦେଶରେ ଜିନୋମ ସିକ୍ୱେନସିଂ ମଧ୍ୟରେ ଦୁଇ ନମୁନାରେ କରୋନା ଭାଇରସର କପ୍ପା ଭାରିଏଣ୍ଟ ସ୍ପଷ୍ଟ ହୋଇଛି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ହୋଇଥିବା ଅଧିକାରୀଙ୍କ ବୈଠକ ପରେ ଜାରି ସରକାରୀ ବୟାନ ମୁତାବିକ, ବିଗତ ଦିନରେ କେଜିଏମୟୁରେ ୧୦୯ ନମୁନାର ଜିନୋମ ସିକ୍ୱେସିଂ କରାଯାଇଛି । ପ୍ରାପ୍ତ ରିପୋର୍ଟ ଅନୁସାରେ, ୧୦୭ ନମୁନାରେ କୋଭିଡ ଦ୍ୱିତୀୟ ଲହରରେ ସାମ୍ନାକୁ ଆସିଥିବା ଡେଲଟା ଭାଇରସର ଚିହ୍ନଟ ହୋଇଥିଲା । ଯେତେବେଳେ କି ଦୁଇ ନମୁନାରେ ଭାଇରସର କପ୍ପା ଭାରିଏଣ୍ଟ ଚିହ୍ନଟ ହୋଇଥିଲା ।

ବୟାନରେ କୁହାଯାଇଛି, ଦୁଇଟି ଭାରିଏଣ୍ଟ ଉତ୍ତରପ୍ରଦେଶ ପାଇଁ ନୂଆ ନୁହଁ । ବର୍କମାନ ଦୈନିକ ସଂକ୍ରମଣ ୦.୦୪ ପ୍ରତିଶତ ରହିଛି । କପ୍ପା ଭାରିଏଣ୍ଟ ବିଷୟରେ କୁହାଯାଇଛି ଯେ, ଏହା ନୂଆ କଥା ନୁହେଁ । ପୂର୍ବରୁ ଏନେଇ ଅନେକ ମାମାଲା ରେକର୍ଡ ହୋଇଛି । ଭୟଭୀତ ହେବାର ନାହିଁ । କରୋନା ଭାଇରସର ଏହା ଏକ ସାମାନ୍ୟ ସ୍ୱରୂପ ଓ ଏହାର ଚିକିତ୍ସା ବି ସମ୍ଭବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking