27.8 C
Bhubaneswar
Friday, April 19, 2024
Homeଓଡିଶାକଳାହାଣ୍ଡି ଇଂଜିନିୟରିଂ କଲେଜରେ ରେ କାର୍ଯ୍ୟକ୍ଷମ ହେଲା କୋଭିଡ-୧୯ ଡାକ୍ତରଖାନା

କଳାହାଣ୍ଡି ଇଂଜିନିୟରିଂ କଲେଜରେ ରେ କାର୍ଯ୍ୟକ୍ଷମ ହେଲା କୋଭିଡ-୧୯ ଡାକ୍ତରଖାନା

କଳାହାଣ୍ଡି –  କଳାହାଣ୍ଡିରେ କାର୍ଯ୍ୟକ୍ଷମ ହେଲା କୋଭିଡ-୧୯ ଡାକ୍ତରଖାନା । ଭବାନୀପାଟଣା-ଜୁନାଗଡ ରାସ୍ତା ଏନଏଚ-୨୬ ରାଜପଥ ଉପରେ ବାନ୍ଦୋପଲା ଠାରେ ଥିବା କଳାହାଣ୍ଡି ଇଂଜିନିୟରିଂ କଲେଜ ପରିସରରେ ୨୦୦ ଶଯ୍ୟା ବିଶିଷ୍ଟ କଳାହାଣ୍ଡି କୋଭିଡ-୧୯ ଡାକ୍ତରଖାନା ସଂପୂର୍ଣ୍ଣ ରୂପେ କାର୍ଯ୍ୟକ୍ଷମ ହୋଇଯାଇଛି । ଏହି ଡାକ୍ତରଖାନାରେ ୬ଟି ଆଇସିୟୁ ଭେଂଟିଲେଟର ସୁବିଧା ସହିତ ସନ୍ଦିଗ୍ଧ କରୋନା ରୋଗୀଙ୍କ ପାଇଁ ୭୦ ଟି ପୃଥକ ଆଇସୋଲେସନ କକ୍ଷ ରହିଛି । ଏଥିସହ ଏହି ଡାକ୍ତରଖାନାରେ ନିୟୋଜିତ ଡାକ୍ତର, ନର୍ସ ଓ ସ୍ୱାସ୍ଥ୍ୟ କର୍ମୀ ମାନଙ୍କ ରହିବା ଖାଇବା ବ୍ୟବସ୍ଥା ମଧ୍ୟ କରାଯାଇଛି ବୋଲି ସିଡିଏମଓ ଙ୍କ ସୂତ୍ରରୁ ପ୍ରକାଶ । କଳାହାଣ୍ଡି କୋଭିଡ-୧୯ ଡାକ୍ତରଖାନା ନିମନ୍ତେ ଓଡିଶା ଖଣି ନିଗମ ଆର୍ଥୀକ ସହାୟତା ଯୋଗାଇ ଦେଉଥିବା ବେଳେ ଓଡିଶା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଏହାର ପରିଚାଳନା ଦାୟୀତ୍ୱ ନେଇଥିବା ଜଣାପଡିଛି । 
ଏହି ଡାକ୍ତରଖାନାରେ ଆଇସିୟୁ ମାନେଜମେଂଟ ପାଇଁ ସ୍ୱତନ୍ତ୍ର ତାଲିମ ପ୍ରାପ୍ତ ୫ଜଣ ଡାକ୍ତରଙ୍କ ସମେତ ୩୭ ଜଣ ଡାକ୍ତରଙ୍କୁ ନିୟୋଜିତ କରାଯାଇଥିବା ବେଳେ ଆଇସିୟୁ ପାଇଁ ୧୦ ଜଣ ଷ୍ଟାଫ ନର୍ସଙ୍କ ସମେତ ୫୧ ଜଣ ଷ୍ଟାଫ ନର୍ସ ନିୟୋଜିତ କରାଯାଇଛି । ଆଇସିୟୁ ପାଇଁ ଜଣେ ଫାର୍ମାସିଷ୍ଟ ଙ୍କ ସମେତ ୯ ଜଣ ଫାର୍ମସିଷ୍ଟ ଙ୍କୁ ନିୟୋଜିତ କରାଯାଇଥିବା ବେଳେ ଜଣେ ମାଇକ୍ରୋବାଇଲୋଜିଷ୍ଟଙ୍କ ସମେତ ୮ ଜଣ ଲାବୋରେଟୋରୀ ଟେକ୍ନିସିଆନଙ୍କୁ ନିଯୁକ୍ତି କରାଯାଇଛି । ଏଥିସହିତ ସଫେଇ କର୍ମଚାରୀ ଓ ସୁରକ୍ଷା କର୍ମଚାରୀ ଙ୍କୁ ମଧ୍ୟ ନିଯୁକ୍ତି ଦିଆଯାଇଥିବା ବିଷୟ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ସୂଚନା ଦିଆଯାଇଛି । ପ୍ରଶାସନ ପକ୍ଷରୁ କଳାହାଣ୍ଡି ଦକ୍ଷିଣ ଡିଏଫଓ ଶ୍ରୀ ଟି. ଅଶୋକ କୁମାର ଙ୍କୁ ପ୍ରାଧିକୃତ ଅଧିକାରୀ ଭାବେ ଦାୟୀତ୍ୱ ଦିଆଯାଇଥିବା ବେଳେ ଏଡିପିଏଚଓ ଡା, ନିହାରେନ୍ଦ୍ର କୁମାର ପଣ୍ଡାଙ୍କୁ କୋଭିଦ ଡାକ୍ତରଖାନାର ପ୍ରଶାସନିକ ପ୍ରାଧିକୃତ ଅଧିକାରୀ ଭାବେ ନିଯୁକ୍ତି ଦିଆଯାଇଥିବା ଜଣାପଡିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking