ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୯,୪୩୫; ମୃତ୍ୟୁ ସଂଖ୍ୟା ୯୩୪କୁ ବୃଦ୍ଧି

ନୂଆଦିଲ୍ଲୀ : ସାରା ବିଶ୍ୱରେ କରୋନା ତା’ର କାୟା ବିସ୍ତାର କରିବାରେ ଲାଗିଛି । ବର୍ତ୍ତମାନ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୯,୪୩୫ ପହଁଚିଛି । ଚିକିତ୍ସାଧୀନ ଅଛନ୍ତି ୨୧,୬୩୨ଜଣ । ଏଥିରେ ସୁସ୍ଥ ହୋଇ ଫେରିଛନ୍ତି ୬,୮୬୮ ଜଣ । ମୃତ୍ୟୁବରଣ କରିଛନ୍ତି ୯୩୪ ଜଣ। ଏ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ମିଳିଛି । ମହାରାଷ୍ଟ୍ରରେ ସର୍ବାଧିକ ୩୬୯ ଜଣଙ୍କର ମୃତ୍ୟୁ ଘଟିଲାଣି ।
ମୃତ ବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ଆନ୍ଧ୍ରପ୍ରଦେଶ(୩୧ ), ଆସାମରେ(୧), ବିହାରରେ(୨), ଦିଲ୍ଲୀରେ(୫୪ ), ଗୁଜୁରାଟରେ( ୧୬୨), ହରିୟାଣାରେ(୩),ହିମାଚଳ ପ୍ରଦେଶରେ(୧), ଜମୁ ଓ କଶ୍ମୀରରେ(୭), ଝାଡଖଣ୍ଡରେ(୩),କର୍ଣ୍ଣାଟକ୍‌ରେ(୨୦), କେରଳରେ(୪),ମଧ୍ୟପ୍ରଦେଶରେ(୧୧୦), ମହାରାଷ୍ଟ୍ରରେ(୩୬୯),ମେଘାଳୟରେ(୧), ଓଡ଼ିଶାରେ(୧) ପଞ୍ଜାବରେ(୧୮), ରାଜସ୍ଥାନରେ(୪୬), ତାମିଲନାଡୁରେ(୨୪), ତେଲେଙ୍ଗାନାରେ(୨୬), ଉତ୍ତରପ୍ରଦେଶରେ(୩୧) ଓ ପଶ୍ଚିମବଙ୍ଗରେ(୨୦) । ହେଲେ କୋଭିଡ୍‌-୧୯ ଟ୍ରାକ୍ ତଥ୍ୟ ଅନୁସାରେ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୨୯,୪୫୧ ଦର୍ଶାଯାଇଛି । ସେମାନଙ୍କ ମଧ୍ୟରୁ ୨୧,୩୭୫ ଏବେ ସୁଦ୍ଧା ଚିକିତ୍ସାଧୀନ ଥିବାବେଳେ ୯୩୯ଜଣ ମୃତ୍ୟୁବରଣ କରିଛନ୍ତି । ସେହିପରି ୭,୧୩୭ ଜଣ ଚିକିତ୍ସାପରେ ସୁସ୍ଥ ହୋଇ ଫେରିଛନ୍ତି ।