30 C
Bhubaneswar
Tuesday, April 16, 2024
Homeକରୋନାଭାରତରେ କରୋନା ନେଲାଣି ୮୭୨ ଜୀବନ

ଭାରତରେ କରୋନା ନେଲାଣି ୮୭୨ ଜୀବନ

ନୂଆଦିଲ୍ଲୀ : ସାରା ବିଶ୍ୱରେ କରୋନା ତା’ର କାୟା ବିସ୍ତାର କରିବାରେ ଲାଗିଛି । ବର୍ତ୍ତମାନ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୭୮୯୨ ପହଁଚିଛି । ଚିକିତ୍ସାଧୀନ ଅଛନ୍ତି ୨୦,୮୩୫ଜଣ । ଏଥିରେ ସୁସ୍ଥ ହୋଇ ଫେରିଛନ୍ତି ୬,୧୮୪ ଜଣ । ମୃତ୍ୟୁବରଣ କରିଛନ୍ତି ୮୭୨ ଜଣ। ଏ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ମିଳିଛି । ମହାରାଷ୍ଟ୍ରରେ ସର୍ବାଧିକ ୩୪୨ ଜଣଙ୍କର ମୃତ୍ୟୁ ଘଟିଲାଣି ।
ମୃତ ବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ଆନ୍ଧ୍ରପ୍ରଦେଶ(୩୧ ), ଆସାମରେ(୧), ବିହାରରେ(୨), ଦିଲ୍ଲୀରେ(୫୪ ), ଗୁଜୁରାଟରେ( ୧୫୧), ହରିୟାଣାରେ(୩),ହିମାଚଳ ପ୍ରଦେଶରେ(୧), ଜମୁ ଓ କଶ୍ମୀରରେ(୬), ଝାଡଖଣ୍ଡରେ(୩),କର୍ଣ୍ଣାଟକ୍‌ରେ(୧୬), କେରଳରେ(୪),ମଧ୍ୟପ୍ରଦେଶରେ(୧୦୩), ମହାରାଷ୍ଟ୍ରରେ(୩୪୨),ମେଘାଳୟରେ(୧), ଓଡ଼ିଶାରେ(୧) ପଞ୍ଜାବରେ(୧୮), ରାଜସ୍ଥାନରେ(୩୩), ତାମିଲନାଡୁରେ(୨୪), ତେଲେଙ୍ଗାନାରେ(୨୬), ଉତ୍ତରପ୍ରଦେଶରେ(୨୯) ଓ ପଶ୍ଚିମବଙ୍ଗରେ(୨୦) । ହେଲେ କୋଭିଡ୍‌-୧୯ ଟ୍ରାକ୍ ତଥ୍ୟ ଅନୁସାରେ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୨୭,୮୯୨ ଦର୍ଶାଯାଇଛି । ସେମାନଙ୍କ ମଧ୍ୟରୁ ୨୦,୪୮୮ ଏବେ ସୁଦ୍ଧା ଚିକିତ୍ସାଧୀନ ଥିବାବେଳେ ୮୮୧ଜଣ ମୃତ୍ୟୁବରଣ କରିଛନ୍ତି । ସେହିପରି ୬,୫୨୩ ଜଣ ଚିକିତ୍ସାପରେ ସୁସ୍ଥ ହୋଇ ଫେରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking