40.1 C
Bhubaneswar
Thursday, April 25, 2024
Homeକରୋନାଭାରତରେ କରୋନା ମୃତ୍ୟୁ ସଂଖ୍ୟା ୨୪୧୫,ଆକ୍ରାନ୍ତଙ୍କ ସଂଖ୍ୟା ୭୪,୨୮୧

ଭାରତରେ କରୋନା ମୃତ୍ୟୁ ସଂଖ୍ୟା ୨୪୧୫,ଆକ୍ରାନ୍ତଙ୍କ ସଂଖ୍ୟା ୭୪,୨୮୧

ନୂଆଦିଲ୍ଲୀ : ସାରା ବିଶ୍ୱରେ କରୋନା ତା’ର କାୟା ବିସ୍ତାର କରିବାରେ ଲାଗିଛି । ବର୍ତ୍ତମାନ ଦେଶର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୪,୨୮୧ ଜଣ । ଚିକିତ୍ସାଧୀନ ଅଛନ୍ତି ୪୭,୪୮୦ । ଏଥିରୁ ସୁସ୍ଥ ହୋଇଛନ୍ତି ୨୪,୩୮୬ଜଣ । ମୃତ୍ୟୁ ବରଣ କରିଛନ୍ତି ୨୪୧୫ଜଣ । ମହାରାଷ୍ଟ୍ରରେ ସର୍ବାଧିକ ୨୪,୪୨୭ଜଣ ଆକ୍ରାନ୍ତ ହୋଇଛନ୍ତି । ସେଥିମଧ୍ୟରୁ ୯୨୧ଜଣ ମୃତ୍ୟୁ ବରଣ କରିଛନ୍ତି । ଏ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ମୃତବ୍ୟକ୍ତିିମାନଙ୍କ ମଧ୍ୟରେ ଅଛନ୍ତି – ଆନ୍ଦ୍ରପ୍ରଦେଶରେ(୪୬), ଆସାମ୍‌ରେ(୨), ବିହାରରେ (୬) ଚଣ୍ଡିଗଡ଼ରେ(୩), ଦିଲ୍ଲୀରେ(୮୬), ଗୁଜୁରାଟ୍‌ରେ(୫୩୭), ହରିୟାଣାରେ(୧୧), ହିମାଚଳପ୍ରଦେଶରେ(୨), ଜମ୍ମୁ ଓ କଶ୍ମୀରରେ(୧୦), ଝାଡଖଣ୍ଡରେ(୩), କର୍ଣ୍ଣାଟକ୍‌ରେ(୩୧), କେରଳରେ(୪), ମଧ୍ୟପ୍ରଦେଶରେ(୨୨୫)  ମହାରାଷ୍ଟ୍ରରେ(୯୨୧), ମେଘାଳୟରେ(୧), ଓଡ଼ିଶାରେ(୩), ପଞ୍ଜାବରେ(୩୨) ରାଜସ୍ଥାନରେ(୧୧୭), ତାମିଲନାଡୁରେ(୬୧), ତେଲେଙ୍ଗାନାରେ(୩୨),  ଉତ୍ତରାଖଣ୍ଡରେ(୧), ଉତ୍ତରପ୍ରଦେଶରେ(୮୨) ଏବଂ ପଶ୍ଚିମବଙ୍ଗରେ(୧୯୮)ଜଣ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking