34.1 C
Bhubaneswar
Friday, March 29, 2024
Homeକରୋନାଭାରତରେ କରୋନା ନେଲାଣୀ ୨୨୯୩ ଜୀବନ

ଭାରତରେ କରୋନା ନେଲାଣୀ ୨୨୯୩ ଜୀବନ

ନୂଆଦିଲ୍ଲୀ : ସାରା ବିଶ୍ୱରେ କରୋନା ତା’ର କାୟା ବିସ୍ତାର କରିବାରେ ଲାଗିଛି । ବର୍ତ୍ତମାନ ଦେଶର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୦,୭୫୬ ଜଣ । ଚିକିତ୍ସାଧୀନ ଅଛନ୍ତି ୪୬,୦୦୮ । ଏଥିରୁ ସୁସ୍ଥ ହୋଇଛନ୍ତି ୨୨,୪୫୫ଜଣ । ମୃତ୍ୟୁ ବରଣ କରିଛନ୍ତି ୨୨୯୩ଜଣ । ମହାରାଷ୍ଟ୍ରରେ ସର୍ବାଧିକ ୨୩,୪୦୧ଜଣ ଆକ୍ରାନ୍ତ ହୋଇଛନ୍ତି । ସେଥିମଧ୍ୟରୁ ୮୬୮ଜଣ ମୃତ୍ୟୁ ବରଣ କରିଛନ୍ତି । ଏ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ମୃତବ୍ୟକ୍ତିମାନଙ୍କ ମଧ୍ୟରେ –  ଆନ୍ଧ୍ରପ୍ରଦେଶରେ ୪୫ ଜଣ, ଆସାମରେ ୨ଜଣ, ବିହାରରେ ୬ ଜଣ, ଦିଲ୍ଲୀରେ ୭୩ ଜଣ, ଗୁଜରାଟରେ ୫୧୩ ଜଣ, ହରିୟାଣାରେ ୧୧ ଜଣ, ହିମାଚଳ ପ୍ରଦେଶରେ ୨ ଜଣ, ଜମ୍ମୁ ଓ କଶ୍ମୀରରେ ୧୦ ଜଣ, ଝାଡ଼ଖଣ୍ଡରେ ୩ ଜଣ, କର୍ଣ୍ଣାଟକରେ ୩୧ ଜଣ, କେରଳରେ ୪ ଜଣ, ମଧ୍ୟପ୍ରଦେଶରେ ୨୨୧ ଜଣ, ମହାରାଷ୍ଟ୍ରରେ ୮୬୮ ଜଣ, ମେଘାଳୟରେ ୧ ଜଣ, ଓଡ଼ିଶାରେ ୩ ଜଣ, ପଞ୍ଜାବରେ ୩୧ ଜଣ, ରାଜସ୍ଥାନରେ ୧୧୩ ଜଣ, ତାମିଲନାଡୁରେ ୫୩ ଜଣ, ତେଲେଙ୍ଗାନାରେ ୩୦ ଜଣ, ଉତ୍ତରପ୍ରଦେଶରେ ୮୦ ଜଣ ଏବଂ ପଶ୍ଚିମବଙ୍ଗରେ ୧୯୦ ଜଣ ଅଛନ୍ତି ।
https://onakhabar.com/2020/05/11/covid-19-death-2206-in-india/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking