38.1 C
Bhubaneswar
Tuesday, April 23, 2024
Homeବ୍ରେକୀଙ୍ଗ୨୪ଘଣ୍ଟାରେ ୬୭,୧୫୧ ଆକ୍ରାନ୍ତ ଚିହ୍ନଟ , ୧୦୫୯ ଜଣଙ୍କ ମୃତ୍ୟୁ

୨୪ଘଣ୍ଟାରେ ୬୭,୧୫୧ ଆକ୍ରାନ୍ତ ଚିହ୍ନଟ , ୧୦୫୯ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ଦେଶରେ ଦିନକୁ ଦିନ କରୋନା ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାରି ମଧ୍ୟରେ ଗତ ୨୪ଘଣ୍ଟାରେ ୬୭,୧୫୧ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୦୫୯ ଜଣଙ୍କ ମୃତ୍ୟୁ ହୋଇଛି । ଏହାସହ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୨,୩୪,୪୭୫ କୁ ବୃଦ୍ଧି ପାଇଛି ଓ ମୃତ୍ୟୁ ସଂଖ୍ୟା ୫୯,୪୪୯ ରେ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୨୪,୬୭,୭୫୮ ଜଣ ସୁସ୍ଥ ହୋଇଛନ୍ତି । ଏବେ ବି ୭,୦୭,୨୬୭ ଜଣ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି ।
ମୃତବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି – ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜରେ – ୩୭ ଜଣ, ଆନ୍ଧ୍ରପ୍ରଦେଶରେ – ୩୪୬୦ ଜଣ, ଅରୁଣାଚଳ ପ୍ରଦେଶରେ – ୫ ଜଣ, ଆସାମରେ – ୨୬୦ ଜଣ, ବିହାରରେ – ୫୧୯ ଜଣ, ଚଣ୍ଡିଗଡ଼ରେ – ୪୦ ଜଣ, ଛତିଶଗଡ଼ରେ – ୨୨୧ ଜଣ, ଦାଦର ନଗର ହାୱେଲି ଏବଂ ଡାମନ ଓ ଦିଉରେ -୨ ଜଣ, ଦିଲ୍ଲୀରେ – ୪୩୩୦ ଜଣ, ଗୋଆରେ – ୧୫୭ ଜଣ, ଗୁଜରାଟରେ – ୨୯୨୮ ଜଣ, ହରିୟାଣାରେ – ୬୨୩ ଜଣ, ହିମାଚଳ ପ୍ରଦେଶରେ – ୩୦ ଜଣ, ଜମ୍ମୁ ଓ କଶ୍ମୀରରେ – ୬୩୮ ଜଣ, ଝାଡ଼ଖଣ୍ଡରେ – ୩୪୭ ଜଣ, କର୍ଣ୍ଣାଟକରେ – ୪୯୫୮ ଜଣ, କେରଳରେ – ୨୪୪ ଜଣ, ଲଦାଖରେ – ୨୪ ଜଣ, ମଧ୍ୟପ୍ରଦେଶରେ – ୧୨୬୫ ଜଣ, ମହାରାଷ୍ଟ୍ରରେ – ୨୨୭୯୪ ଜଣ, ମଣିପୁରରେ – ୨୪ ଜଣ, ମେଘାଳୟରେ – ୮ ଜଣ, ନାଗାଲାଣ୍ଡ୍‌ରେ – ୯ ଜଣ, ଓଡ଼ିଶାରେ – ୪୨୮ ଜଣ, ପୁଦ୍ଦୁଚେରୀରେ – ୧୭୨ ଜଣ, ପଞ୍ଜାବରେ – ୧୧୭୮ ଜଣ, ରାଜସ୍ଥାନରେ – ୯୮୦ ଜଣ, ସିକିମରେ – ୩ ଜଣ, ତାମିଲନାଡୁରେ – ୬୭୨୧ ଜଣ, ତେଲେଙ୍ଗାନାରେ – ୭୮୦ ଜଣ, ତ୍ରିପୁରାରେ – ୮୩ ଜଣ, ଉତ୍ତରାଖଣ୍ଡରେ – ୨୧୩ ଜଣ, ଉତ୍ତରପ୍ରଦେଶରେ – ୩୦୫୯ ଜଣ ଏବଂ ପଶ୍ଚିମବଙ୍ଗରେ ୨୯୦୯ ଜଣ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking