27.1 C
Bhubaneswar
Friday, March 29, 2024
Homeକରୋନାଦେଶରେ ଗୋଟିଏ ଦିନରେ ୮୯,୭୦୬ ଆକ୍ରାନ୍ତ ଚିହ୍ନଟ ଓ ୧୧୧୫ ଜଣ ମୃତ

ଦେଶରେ ଗୋଟିଏ ଦିନରେ ୮୯,୭୦୬ ଆକ୍ରାନ୍ତ ଚିହ୍ନଟ ଓ ୧୧୧୫ ଜଣ ମୃତ

ନୂଆଦିଲ୍ଲୀ : ଦେଶରେ ଦିନକୁ ଦିନ କରୋନା ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ଗତ ୨୪ଘଣ୍ଟାରେ ୮୯,୭୦୬ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୧୧୫ ଜଣଙ୍କ ମୃତ୍ୟୁ ହୋଇଛି । ଏହାସହ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୩,୭୦,୧୨୯କୁ ବୃଦ୍ଧି ପାଇଛି ଓ ମୃତ୍ୟୁ ସଂଖ୍ୟା ୭୩,୮୯୦ ରେ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ୩୩,୯୮,୮୪୪ ଜଣ ସୁସ୍ଥ ହୋଇଛନ୍ତି । ଏବେ ବି ୮,୯୭,୩୯୪ ଜଣ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି ।

ମୃତ ବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି – ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜରେ – ୫୦ ଜଣ, ଆନ୍ଧ୍ରପ୍ରଦେଶରେ – ୪୫୬୦ ଜଣ, ଅରୁଣାଚଳ ପ୍ରଦେଶରେ – ୯ ଜଣ, ଆସାମରେ – ୩୭୮ ଜଣ, ବିହାରରେ – ୭୬୫ ଜଣ, ଚଣ୍ଡିଗଡ଼ରେ – ୭୮ ଜଣ, ଛତିଶଗଡ଼ରେ – ୪୦୭ ଜଣ, ଦାଦର ନଗର ହାୱେଲି ଏବଂ ଡାମନ ଓ ଦିଉରେ – ୨ ଜଣ, ଦିଲ୍ଲୀରେ – ୪୬୧୮ ଜଣ, ଗୋଆରେ – ୨୫୬ ଜଣ, ଗୁଜରାଟରେ – ୩୧୩୩ ଜଣ, ହରିୟାଣାରେ – ୮୫୪ ଜଣ, ହିମାଚଳ ପ୍ରଦେଶରେ – ୬୦ ଜଣ, ଜମ୍ମୁ ଓ କଶ୍ମୀରରେ – ୮୧୫ ଜଣ, ଝାଡ଼ଖଣ୍ଡରେ – ୪୯୬ ଜଣ, କର୍ଣ୍ଣାଟକରେ – ୬୬୮୦ ଜଣ, କେରଳରେ – ୩୭୨ ଜଣ, ଲଦାଖରେ – ୩୫ ଜଣ, ମଧ୍ୟପ୍ରଦେଶରେ – ୧୬୦୯ ଜଣ, ମହାରାଷ୍ଟ୍ରରେ – ୨୭୪୦୭ ଜଣ, ମଣିପୁରରେ – ୩୯ ଜଣ, ମେଘାଳୟରେ – ୧୭ ଜଣ, ନାଗାଲାଣ୍ଡ୍‌ରେ – ୧୦ ଜଣ, ଓଡ଼ିଶାରେ – ୫୬୯ ଜଣ, ପୁଦ୍ଦୁଚେରୀରେ – ୩୩୭ ଜଣ, ପଞ୍ଜାବରେ – ୧୯୯୦ ଜଣ, ରାଜସ୍ଥାନରେ – ୧୧୬୪ ଜଣ, ସିକିମରେ – ୭ ଜଣ, ତାମିଲନାଡୁରେ – ୮୦୧୨ ଜଣ, ତେଲେଙ୍ଗାନାରେ – ୯୧୬ ଜଣ, ତ୍ରିପୁରାରେ – ୧୬୧ ଜଣ, ଉତ୍ତରାଖଣ୍ଡରେ – ୩୬୦ ଜଣ, ଉତ୍ତରପ୍ରଦେଶରେ – ୪୦୪୭ ଜଣ ଏବଂ ପଶ୍ଚିମବଙ୍ଗରେ ୧୬୦୦୨୫ ଜଣ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking