33.1 C
Bhubaneswar
Thursday, April 25, 2024
Homeଓଡିଶାବଡ଼ ଖବର, କରୋନା ନେଲା ଆଉ ଏକ ଜୀବନ, ସଂଖ୍ୟା ପହଂଚିଲା ୯କୁ

ବଡ଼ ଖବର, କରୋନା ନେଲା ଆଉ ଏକ ଜୀବନ, ସଂଖ୍ୟା ପହଂଚିଲା ୯କୁ

ଭୁବନେଶ୍ୱର : ରାଜ୍ୟରେ ଆଜି ସକାଳୁ ସବୁଠୁ ବଡ଼ ଖବର ଆସି ପହଂଚିଛି । ଆଉ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ମୃତ ବ୍ୟକ୍ତି ହେଲେ ଗଞ୍ଜାମ ଜିଲ୍ଲାର ବୋଲି ଜଣାପଡ଼ିଛି । ମୃତକ ହେଲେ ୫୫ବର୍ଷୀୟ ପୁରୁଷ । ଜିଲ୍ଲାରେ ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି ପାଇଛି । ଏହାକୁ ମିଶାଇ ରାଜ୍ୟରେ ମୃତ୍ୟୁ ସଂଖ୍ୟା ୯କୁ ବୃଦ୍ଧି ପାଇଛି । ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ଅନ୍ୟପଟେ ରାଜ୍ୟରେ ଆଜି ୭୫ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨୮୫୬କୁ ବୃଦ୍ଧି ପାଇଛି ।
ସୂଚନାଯୋଗ୍ୟ, ପୂର୍ବରୁ ୮ଜଣଙ୍କର କରୋନା ସଂକ୍ରମଣରେ ମୃତ୍ୟୁ ଘଟିଥିଲା । ସେମାନଙ୍କ ମଧ୍ୟରେ ୪ଜଣ ଖୋର୍ଦ୍ଧାର ଓ ୩ଜଣ ଗଞ୍ଜାମ ଜିଲ୍ଲାର ଥିଲେ ଓ ଅନ୍ୟ ଜଣେ କଟକରୁ । । ପୁଣି ଗଞ୍ଜାମରେ ଆଜି ଜଣେ ସଂକ୍ରମଣରେ ମୃତ୍ୟୁ ଘଟିଛି । ଏହାକୁ ମିଶାଇ ରାଜ୍ୟରେ ମୃତ୍ୟୁ ସଂଖ୍ୟା ୯କୁ ବୃଦ୍ଧି ପାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking