35.1 C
Bhubaneswar
Tuesday, April 23, 2024
Homeଓଡିଶାରାଜ୍ୟରୁ ଆଜି ୨ହଜାର ୨୧୫ ଆକ୍ରାନ୍ତ ଚିହ୍ନଟ, ସର୍ବାଧିକ ଖୋର୍ଦ୍ଧା

ରାଜ୍ୟରୁ ଆଜି ୨ହଜାର ୨୧୫ ଆକ୍ରାନ୍ତ ଚିହ୍ନଟ, ସର୍ବାଧିକ ଖୋର୍ଦ୍ଧା

ଭୁବନେଶ୍ୱର : ରାଜ୍ୟରେ କ୍ରମଶଃ କରୋନାର ସ୍ଥିତି ସ୍ୱାଭାବିକ ହେବାରେ ଲାଗିଛି । ଗତ ଚାରିଦିନ ଧରି ରାଜ୍ୟରେ ସଂକ୍ରମଣ ୨ ହଜାର ଉପରକୁ ଉଠିଛି । ଗତ ଏପ୍ରିଲ ୧୨ ତାରିଖରେ ଶେଷଥର ପାଇଁ ରାଜ୍ୟରେ ସଂକ୍ରମଣ ୨ ହଜାର ତଳେ ରହିଥିଲା । ଗତ ମାସ ୧୪ ତାରିଖରୁ ଦୈନିକ ସଂକ୍ରମଣ ୩ ହଜାର ତଳକୁ ଖସିଥିବା ବେଳେ ୨ ହଜାର ତଳକୁ ଖସିବା ପାଇଁ ୨୮ ଦିନ ଲାଗିଛି । ପଶ୍ଚିମ ଓଡ଼ିଶା ତୁଳନାରେ ଉପକୂଳ ଅଞ୍ଚଳରେ ସଂକ୍ରମଣ ହ୍ରାସ ପାଇଁ ଅଧିକ ସମୟ ଲାଗୁଛି । ଏହା ମଧ୍ୟରେ ଆଜି ପୁଣି ୨୨୧୫ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୧୨୭୨ ଓ ସ୍ଥାନୀୟ ଅଞ୍ଚଳରୁ ୯୪୩ ଜଣ ଚିହ୍ନଟ ହୋଇଛନ୍ତି ।

ଆଜି ଚିହ୍ନଟ ହୋଇଥିବା ସଂଖ୍ୟା ଯଥା – ଅନୁଗୁଳ-୮୯, ବାଲେଶ୍ୱର-୧୫୦, ବରଗଡ଼-୧୪, ଭଦ୍ରକ-୭୮, ବଲାଙ୍ଗୀର -୧୮, ବୌଦ୍ଧ -୧୬, କଟକ-୩୪୮, ଦେବଗଡ଼-୧, ଢ଼େଙ୍କାନାଳ – ୫୪, ଗଜପତି-୧୭, ଗଞ୍ଜାମ-୧୨, ଜଗତସିଂହପୁର – ୧୨୬, ଯାଜପୁର – ୧୨୪, ଝାରସୁଗୁଡ଼ା – ୧୦, କଳାହାଣ୍ଡି – ୫, କନ୍ଧମାଳ – ୧୪, କେନ୍ଦ୍ରାପଡ଼ା -୯୫, କେନ୍ଦୁଝର-୪୨, ଖୋର୍ଦ୍ଧା – ୪୮୩, କୋରାପୁଟ – ୧୦, ମାଲକାନଗିରି – ୨୫, ମୟୁରଭଞ୍ଜ-୯୯, ନବରଙ୍ଗପୁର -୪, ନୟାଗଡ଼-୬୯, ନୂଆପଡ଼ା – ୫, ପୁରୀ – ୮୪, ରାୟଗଡ଼ା – ୨୯, ସମ୍ବଲପୁର – ୪୧, ସୁବର୍ଣ୍ଣପୁର – ୧୦, ସୁନ୍ଦରଗଡ଼- ୪୩, ଷ୍ଟେପୁଲ୍‌ରୁ – ୧୦୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୫୪ ହଜାର ୩୨୬ରେ ପହଞ୍ଚିଛି । ରାଜ୍ୟରେ ସୁସ୍ଥ ସଂଖ୍ୟା ୯ ଲକ୍ଷ ୨୭ ହଜାର ୯୨୬ ରହିଥିବା ବେଳେ ୨୧ ହଜାର ୨୮୯ ଜଣ ଚିକିତ୍ସିତ ହେଉଛନ୍ତି । ତେବେ ଆଜ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୮୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking