31.1 C
Bhubaneswar
Friday, March 29, 2024
Homeଦେଶ ବିଦେଶକୋଭାକ୍ସିନରେ ବ୍ୟବହାର ହେଉଛି ବାଛୁରୀର ସୀରମ

କୋଭାକ୍ସିନରେ ବ୍ୟବହାର ହେଉଛି ବାଛୁରୀର ସୀରମ

ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସକୁ ମାତ୍ ଦେବା ପାଇଁ ଭ୍ୟାକ୍ସିନେସନ କାମ ଜାରି ରହିଛି । ଭ୍ୟାକ୍ସିନକୁ ନେଇ ଭିନ୍ନ ଭିନ୍ନ ପ୍ରକାର ମତ ପ୍ରକାଶ ପାଉଛି । ଏହାରି ମଧ୍ୟରେ ଭାରତ ବାୟୋଟେକର କୋଭାକିସ୍ନକୁ ନେଇ କଂଗ୍ରେସ ନେତା ଗୌରବ ପାନ୍ଧୀଙ୍କ ଦ୍ୱାରା ଏକ ଦାବି ହୋଇଛି । ଗୌରବ କହିଛନ୍ତି ଯେ, କୋଭାକ୍ସିନ ପ୍ରସ୍ତୁତ ପାଇଁ ଗାଈର ବାଛୁରୀର ସୀରମ ଉପଯୋଗ କରାଯାଉଛି । ଏହି ଦାବି ସେ ଏକ ଆରଟିଆଇରେ ମିଳିଥିବା ଜବାବ ଆଧାରରେ କରିଛନ୍ତି । ଏହି ବୟାନ ପରେ କୋଭାକ୍ସିନକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇସାରିଛି ଏବଂ ଭାରତ ବାୟୋଟେକକୁ ବି ସ୍ପଷ୍ଟୀକରଣ ଦେବାକୁ ପଡୁଛି ।
୨୦ଦିନରୁ କମ ଦିନ ହୋଇଥିବା ବାଛୁରୀର ସୀରମର ବ୍ୟବହାର କୋଭାକ୍ସିନରେ ହେଉଛି ବୋଲି ସେ କହିଛନ୍ତି । ଯଦି ଏମିତି ହେଉଛି, ତେବେ ସରକାରଙ୍କ ଦ୍ୱାରା ପ୍ରଥମେ ଏ ବିଷୟରେ କଣ ପାଇଁ ସୂଚନା ଦିଆଗଲା ନାହିଁ । କାରଣ ଏହାଦ୍ୱାରା ଧାର୍ମିକ ଭାବନାକୁ ଆଘାତ ପହଂଚୁଛି ବୋଲି ସେ କହିଛନ୍ତି । ଆରଟିଆଇ ଯାହା କହିଛି, କମ୍ପାନୀଙ୍କ ଦ୍ୱାରା ଦିଆଯାଇଥିବା ତଥ୍ୟ ଅନୁସାରେ, ବାଛୁରୀର ସୀରମର ବ୍ୟବହାର ବୀରୋ ସେଲସର ରିଭାଇବଲ ପ୍ରୋସେସ ପାଇଁ କରାଯାଏ । ଭାରତ ବାୟୋଟେକ କହିଛି, ଭାଇରଲ ଟିକାର ପ୍ରସ୍ତୁତି ପାଇଁ ବାଛୁରୀର ସୀରମ ବ୍ୟବହାର କରାଯାଏ । ଏହାର ବ୍ୟବହାର ସେଲ୍ସ ଗ୍ରୋଥ ପାଇଁ ବି କରାଯାଏ । ହେଲେ ସାର୍ସ କୋଭ୨ ଭାଇରସ ଗ୍ରୋଥ କିମ୍ବା ଫାଇନାଲ ଫର୍ମୁଲାରେ ଏହାର ବ୍ୟବହାର ହୋଇନାହିଁ । କୋଭାକ୍ସିନ ସଂପୂର୍ଣ୍ଣ ଭାବରେ ଶୁଦ୍ଧ । ବାଛୁରୀର ସୀରମ ବ୍ୟବହାର କେଉଁ ଦଶନ୍ଧିରୁ ସମଗ୍ର ଦୁନିଆରେ ପ୍ରଚଳିତ ହୋଇଆସୁଛି । ଗତ ୯ ମାସ ଧରି ଏ ବିଷୟରେ ସାର୍ବଜନିକ ପ୍ଲାଟଫର୍ମ ରେ ସୂଚନା ଦିଆସରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking