27.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗଆଶା ବଢ଼ାଇଲା କୋଭାକ୍ସିନ ଟିକା

ଆଶା ବଢ଼ାଇଲା କୋଭାକ୍ସିନ ଟିକା

ନୂଆଦିଲ୍ଲୀ : ଦେଶରେ ଦିନକୁ ଦିନ କରୋନା ସଂକ୍ରମିତ ଓ ମୃତ୍ୟୁ ସଂଖ୍ୟା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ଏକ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି । ଭାରତର କରୋନା ଟିକା କୋଭାକ୍ସିନର ସଫଳ ପରୀକ୍ଷଣ ହୋଇଛି । ପଶୁଙ୍କ ଠାରେ କୋଭାକ୍ସିନର ସଫଳ ପରୀକ୍ଷଣ ହୋଇଛି ।
କରୋନା ଲଢ଼େଇ ପାଇଁ କୋଭାକ୍ସିନ ଟିକା ମାଙ୍କଡ଼ ଉପରେ ହୋଇଥିବା ପରୀକ୍ଷଣ ସଫଳ ହୋଇଛି । ଟିକା ଦିଆଯାଇଥିବା ମାଙ୍କଡ଼ଙ୍କ ଦେହରେ ଆଣ୍ଟିବଡ଼ି ବିକଶିତ ହୋଇଥିବା ନେଇ ସୂଚନା ମିଳିଛି । ଭାରତ ବାୟୋଟେକ ପକ୍ଷରୁ ଏହି ପରୀକ୍ଷଣ କରାଯାଇଥିଲା । ୨୦ଟି ମାଙ୍କଡ଼କୁ ନେଇ ୪ଟି ଗ୍ରୁପ ଜରିଆରେ ୨ଟି ଡୋଜ୍ ପରୀକ୍ଷଣ ଚାଲିଥିଲା । ପଶୁଙ୍କ ଉପରେ ସଂକ୍ରମଣ ରୋକିବାକୁ ସକ୍ଷମ ହୋଇଥିବା ସୂଚନା ମିଳିଛି ।
ଅନ୍ୟପଟେ ଗତ ୯ତାରିଖ ଦିନ କୋଭିଡ଼-୧୯ ଟିକା ପରୀକ୍ଷା ବନ୍ଦ ରଖିଥିଲା ବ୍ରିଟେନର ଫାର୍ମାସ୍ୟୁଟିକାଲ କମ୍ପାନୀ ଆଷ୍ଟ୍ରୋଜେନିକା । କାରଣ ଏହି ଟିକା ସ୍ୱେଚ୍ଛାସେବୀଙ୍କ ଠାରେ ପରୀକ୍ଷଣ କରାଯିବା ପରେ ଅଜଣା ଅସୁସ୍ଥତାର ଲକ୍ଷଣ ଦେଖା ଦେଇଥିଲା । ତେଣୁ କୋଭିଡ଼-୧୯ ଟିକାର ଶେଷ ପର‌୍ୟ୍ୟାୟ ପରୀକ୍ଷଣ ସ୍ଥଗିତ ରଖାଯାଇଛି । ଏହାପରେ ଗତ ୧୦ତାରିଖ ଦିନ ଭାରତରେ ମଧ୍ୟ କୋଭିସିଲ୍ଡ ଟିକାର ପରୀକ୍ଷଣ ବନ୍ଦ ରଖିଛି । ପରୀକ୍ଷଣ ବନ୍ଦ ନେଇ ସେରମ୍ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆ ପକ୍ଷରୁ ସୂଚନା ମିଳିଛି । ଆଷ୍ଟ୍ରୋଜେନିକା ଟିକା ପ୍ରସ୍ତୁତିରେ ମଧ୍ୟ ସାମିଲ ଅଛି ସେରମ୍ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking