ବାଥରୁମ ବ୍ୟବହାରକୁ ନେଇ ଦମ୍ପତିଙ୍କ ଭିତରେ ହେଲା ଝଗଡା ଆଉ ତାପରେ …

ଅହମ୍ମଦାବାଦ: ସ୍ୱାମୀ ସ୍ତ୍ରୀ ଭିତରେ ସବୁ ଜିନିଷ ଶେୟାର ହୁଏ କିନ୍ତୁ ସାଧାରଣ ବାଥ ରୁମ ପାଇଁ ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀ ଙ୍କ ନାମ ରେ ଅଭିଯୋଗ ଆଣିବା ଘଟଣା ଦ୍ଵନ୍ଦରେ ପକଉଥିବା ନିହାତି । କିନ୍ତୁ ପତ୍ନୀ ବାଥରୁମ ବ୍ୟବହାର କରିବାକୁ ଜିଦ୍ ଧରିବା ପରେ ତାଙ୍କୁ ଧମକଚମକ ଦେବା ସହ ପତ୍ନୀଙ୍କ ବିରୋଧରେ ପୋଲିସ ଅଭିଯୋଗ ଆଣିଥିଲେ ସ୍ୱାମୀ । ଏହି ବ୍ୟକ୍ତି ହେଉଛନ୍ତି ସାବୀର ଗାନ୍ଧୀ ତାଙ୍କ ପତ୍ନୀ ଜଲି ।
ଟ୍ରାଭେଲ ଏଜେଣ୍ଟ ଭାବରେ କାର୍ଯ୍ୟ କରୁଥିବା ଗାନ୍ଧୀ ଜଲିଙ୍କ ବିରୋଧରେ ଏଫଆଇଆର ଦାଖଲ କରିଥିଲେ ଯେଉଁଥିରେ ସେ କହିଥିଲେ ଯେ ଯେତେବେଳେ ସେ କାମକୁ ଯିବାକୁ ଯାଉଥିଲେ ସେତେବେଳେ ଏହି ଘଟଣା ଘଟିଥିଲା । ସେ ଏଫ୍ଆଇଆରରେ ଦର୍ଶାଇଛନ୍ତି, “ମୁଁ ସ୍ନାନ କରି ପୋଷାକ ପିନ୍ଧିବା ପରେ ମୋ କାମକୁ ଯିବାକୁ ବାହାରୁଥିଲି । ମୋ ପତ୍ନୀ ଜଲି ମୋ ଶୋଇବା ଘରକୁ ଆସି ମୋତେ କହିଥିଲେ ଯେ ସେ ମୋ ବାଥରୁମରେ ଗାଧୋଇବାକୁ ଚାହୁଁଛନ୍ତି । ମୁଁ ତାଙ୍କୁ କହିଲି ଯେ ତାଙ୍କ ପାଖରେ ଅଲଗା ବାଥରୁମ ଅଛି। ଏବଂ ସେ କାହିଁକି ମୋର ବ୍ୟବହାର କରିବାକୁ ଚାହୁଁଛନ୍ତି ବୋଲି ପଚାରିଥିଲେ। “ଜଲି ତାଙ୍କ ବାଥରୁମରେ ଗାଧୋଇବାକୁ ଜିଦ୍ ଧରିଥିଲେ ଯାହାକୁ ସେ ମନା କରିଦେଇଥିଲେ। ତା’ପରେ ସେ ଭୟଙ୍କ ମଧ୍ୟରେ ଝଗଡା ହେବ ସହିତ ଜଲି ତାଙ୍କୁ ଧମକ ଦେବା ଆରମ୍ଭ କଲେ । ଗାନ୍ଧୀ କହିଛନ୍ତି ଯେ ଜଲି ମଧ୍ୟ ତାଙ୍କୁ ଏକ ମାମଲାରେ ଫସେଇବାକୁ ଲି ଧମକ ଦେଇଛନ୍ତି । ଏହି ଯୁକ୍ତି ତର୍କ ପରେ ଗାନ୍ଧୀ ପୋଲିସ ନିକଟରେ ପହଞ୍ଚି ଜଲିଙ୍କ ବିରୋଧରେ ଅଭିଯୋଗ କରିଥିଲେ । ଏହି ଘଟଣାରେ ପୋଲିସ ଏବେ ତଦନ୍ତ ଆରମ୍ଭ କରିଛି ।